STORYMIRROR

Er.Sasanka Sekhar Panda

Others

3  

Er.Sasanka Sekhar Panda

Others

ଜହ୍ନ ଉଇଁଗଲେ

ଜହ୍ନ ଉଇଁଗଲେ

1 min
111

ନଈ ସେପାରିରୁ ଜହ୍ନ ଉଇଁଗଲେ 

କଇଁର ଅଧରେ ହସ

ଭଲପାଇବାର ସୁନେଲି ବାଟରେ

ମହକେ ଫୁଲର ବାସ, 

ଆକାଶର ତାରା ମିଞ୍ଜି ମିଞ୍ଜି ହୋଇ

ଲାଜରେ ଯାଆନ୍ତି ଲୁଚି

ଦାଣ୍ଡ ଅଗଣାରେ କୁଆଁରୀ ସାଥୀଏ

ଖୁସିରେ ଖେଳନ୍ତି ପୁଚି, 

ସତେ ଉପହାର ପୁନେଇଁ ରାତିର 

ମେଣ୍ଟାଇ ଦେଇଛି ଶୋଷ.....

କେଜାଣି କାହିଁକି ନିତି ଝୁରୁଥାଏ 

ଆସିବା ବାଟକୁ ଚାହିଁ

ବାଦଲ ଫାଙ୍କରେ ଝାପସା ଆଲୁଅରେ

ଝାଉଁଳା ଗଛର ଛାଇ, 

ଜହ୍ନ ହଜିଗଲେ ପାହାନ୍ତି ସକାଳେ

ଜୀବନଟା ଲାଗେ ବିଷ.....


Rate this content
Log in