STORYMIRROR

Amita Rath

Others

2  

Amita Rath

Others

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
125

ଜହ୍ନ ରେ,

ତୋ ଠିକଣା ଖୋଜୁ ଖୋଜୁ

ରାଜାପୁଅ ହଜିଯାଏ ଗହନ ବନରେ। 

ଲୁଚି ଲୁଚି ଖେଳୁଥାଉ ତୁ ଛାଇ ଆଲୁଅ ର ଖେଳ 

ରଜାଝିଅ ର ରୂପେଲି ଓଢ଼ଣୀ ରେ।।

କେବେ ତୋ ଠିକଣା ହୁଏ 

ଗବେଷକଙ୍କ ଗବେଷଣାଗାର ରେ, 

କେବେ ପୁଣି ହୁଏ ସ୍ୱର୍ଗଲୋକରେ ଦେବତାଙ୍କ ଗହଣରେ।

କେବେ ତୁ ଚରିତ୍ର ପାଲଟୁ ପରୀ କାହାଣୀରେ,

କେବେ ପୁଣି ଜହ୍ନ ମାମୁଁ ସାଜୁ ଶିଶୁ ଙ୍କ ମେଳରେ।

କେବେ ହୋଇ ଯାଉ କୁମୁଦିନୀ ର ହୃଦୟ ନାୟକ,

କେବେ ପୁଣି ସାଜୁ କବି ର କବିତା

ସଭିଏଁ ତୋ ଆପଣାର ସଭିଙ୍କ ର ଆପଣାର ତୁହି,

ଜହ୍ନ ରେ ତୋର ତ ଠିକଣା ଇ ନାହିଁ

ତୋର ତ ଠିକଣା ଇ ନାହିଁ..........



Rate this content
Log in