ଝିଅଟିର ନାମ ବର୍ଷା
ଝିଅଟିର ନାମ ବର୍ଷା




ଗୋଟିଏ ଚାଉଳରେ ଗଢା
ଜହ୍ନ ପରି ମୁହଁ
ହାତଗୋଡ଼ କେତକୀ ପାଖୁଡା
ଓଠତଳେ କଳାଜାଇ
ଟିଆ ନାକ ଖଣ୍ଡା ଧାର
କୁଞ୍ଚପଡ଼େ ଚିବୁକରେ
ହସିଦେଲେ ଓଠ ଦୁଇ
ଫୁଟିଯାଏ ମନ୍ଦାର କଢ଼ି।
ଝିଅଟିର ନାମ ବର୍ଷା
ଚାତକ ପ୍ରୀତିର ପସରା
ମୟୂରୀର ଆକାଶରେ
ମହ୍ଲାର ରାଗିଣୀ
ମଲ୍ଲି ମାଳ ଶ୍ୟାମଙ୍କ ସକାଶେ
ପ୍ରେମଭାର ଉପହାର
ପାରିବ କି ମନ ଜିଣି ?
ଏତେ ରୂପ ସମ୍ଭାର ବି
ଭ୍ରମର ଭ୍ରମରେ ପଡି
ଛଟପଟ ପ୍ରାଣପକ୍ଷୀ
ଲମ୍ପଟ ମାତାଲମାନେ
ଖୁମ୍ପିଦେଇ ଉଡିଯିବା ମତି ।