STORYMIRROR

Akshayakumar Dash

Others

3  

Akshayakumar Dash

Others

ଝିଅଟିର ନାମ ବର୍ଷା

ଝିଅଟିର ନାମ ବର୍ଷା

1 min
218

ଗୋଟିଏ ଚାଉଳରେ ଗଢା

ଜହ୍ନ ପରି ମୁହଁ

ହାତଗୋଡ଼ କେତକୀ ପାଖୁଡା

ଓଠତଳେ କଳାଜାଇ

ଟିଆ ନାକ ଖଣ୍ଡା ଧାର

 କୁଞ୍ଚପଡ଼େ ଚିବୁକରେ

ହସିଦେଲେ ଓଠ ଦୁଇ

ଫୁଟିଯାଏ ମନ୍ଦାର କଢ଼ି।

ଝିଅଟିର ନାମ ବର୍ଷା

ଚାତକ ପ୍ରୀତିର ପସରା

ମୟୂରୀର ଆକାଶରେ

ମହ୍ଲାର ରାଗିଣୀ

ମଲ୍ଲି ମାଳ ଶ୍ୟାମଙ୍କ ସକାଶେ

ପ୍ରେମଭାର ଉପହାର

ପାରିବ କି ମନ ଜିଣି ?

ଏତେ ରୂପ ସମ୍ଭାର ବି

ଭ୍ରମର ଭ୍ରମରେ ପଡି

ଛଟପଟ ପ୍ରାଣପକ୍ଷୀ

ଲମ୍ପଟ ମାତାଲମାନେ

ଖୁମ୍ପିଦେଇ ଉଡିଯିବା ମତି ।



Rate this content
Log in