STORYMIRROR

Niranjan Sahu

Others

4  

Niranjan Sahu

Others

ଝିଅଙ୍କ ବିବାହ ବୟସ

ଝିଅଙ୍କ ବିବାହ ବୟସ

1 min
292

ଯେଉଁ ବୟସରେ ପାଠ ପଢ଼ୁଥିଲି

ସାଙ୍ଗ ସାଥି ସାଙ୍ଗେ ଖେଳି ବୁଲୁଥିଲି

     ଚିନ୍ତାନଥିଲା କି ଦାଇତ୍ୱ ନଥିଲା

        ଖେଳିବୁଲି ମୁଁ ଖୁସିହେଉଥିଲି ।


ବାପା ମାଆ ମୋତେ ବାହାକରିଦେଇ

      ନିଜର ଦାଇତ୍ୱ ସାରିଦେଲେ

ବୋଝ ବୋଲି ଭାବି ବାହା କରିଦେଇ

      ସଂସାର ମାୟା ରେ ବାନ୍ଧିଦେଲେ ।


ଦୁନିଆଁ ଟା କଣ ଜାଣିବା ପୂର୍ବରୁ

      ମାଆ ର ଦାଇତ୍ୱ ପାଇଗଲି

କେମିତି ଚଳିବି କେମିତି ବଞ୍ଚିବି

      ସଂସାର ଚିନ୍ତାରେ ପଡ଼ିଗଲି ।


ମଦୁଆ ସ୍ୱାମୀଟା କିଛି ବୁଝୁନାହିଁ

       ସଂସାର କେମିତି ଚାଲିବ,

ଶାଶୂ ଶଶୁର ବା କଣ କରିବେ

        ସେମାନେ ନିହାତି ଗରିବ ।


ଜଗତ ର ନାଥ ଆହେ ଜଗନ୍ନାଥ

        ମୋର ପ୍ରତି ଦୟା କରିବ,

ମୋତେ ପଛେ ତୁମେ ନେଇଯାଅ,ପ୍ରଭୁ,

        ମୋ ପୁଅକୁ ବଞ୍ଚେଇ ରଖିବ ।


ଏଇ ଦୁନିଆଁର ବାପା ମାଆ ଙ୍କୁ

        ଏତିକି ମୁ ଅଳି କରୁଛି

ମୋପରି ଦୁଃଖ ପିଲାଙ୍କୁ ଦିଅନି

        ତୁମ ଗୋଡ଼ ହାତ ଧରୁଛି ।


ଝିଅ କୁ କେବେ ବୋଝ ଭାବନାହିଁ

       ଅପତ୍ର ରେ ଦାନ କରନି

18 ବର୍ଷ ପୂର୍ବରୁ ବିବାହ ଦେଇ

    ଝିଅ ଜୀବନ ଟା ନଷ୍ଟ କରନି


ପୁଅ କୁ ଯେମିତି ନିଜର ଭାବୁଛ

       ଝିଅ କୁ ଭାବିବ ନିଜର

ପୁଅ ଝିଅ ଦୁହେଁ ସମାନ ଅଟନ୍ତି

       ଦୁଇଜଣ ଯାକ ତୁମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍