Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Others

2  

Prabhanjana Tripathy

Others

ଝିଅ

ଝିଅ

1 min
373



ଝିଅ ଜନ୍ମ କରି ଡରି ଡରି ରୁହ,

ନ ହେଲେ ନେବ ରାକ୍ଷସ,

ପୁଅଜନ୍ମ କରି ବଂସ ବୃଦ୍ଧି କର,

ଘୋଳିଦେଲେ ଦେଉ ବିଷ ।


ମା'ସିନା ଜାଣେ ପ୍ରସବ ବେଦନା,

ପୁଅ ହେଉ କି ବା ଝିଅ,

ପିତା କି ସନ୍ତାନ କିବା ଜାଣିବେ,

ମାତୃଛାୟାର ସେ ମୋହ ।


ଦେଖାଏ ଭାରତ ପୁଣ୍ୟଭୂମିରେ,

ଝିଅଙ୍କ ଦୁର୍ଦଶା ଆଜି,

ଦେଢ଼ବର୍ଷର କନ୍ୟାକୁ ପରା,

ଖୁମ୍ପି ଖାଉଅଛି କାଜି ।


କଚରା କୁଢ଼ା ରେ କାଟି ଫିଙ୍ଗିଦିଏ,

ଇଜ୍ଜତକୁ ଲୁଟି ତାର ।

କେମିତି କାଳିଆ ଦେଖି ଦେଖି ଅଛୁ,

ତତେ' ଧର୍ମକୁ ନାହିଁ ଡର ।


ଧିକ୍ ସେ ମୁରୁଖ କାମୁକି ରାକ୍ଷଶ,

ଜନ୍ମ ଦେଇଛି ମା,

ସେଇ କୋଳେ ତୁହି ଜନ୍ମ ହୋଇଲୁ,

ପୁଣି ,

ବଦନାମ କଲୁ ନା,

ପୁଣି ,

ବଦନାମ କଲୁ ନା ।


Rate this content
Log in