Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

4.3  

baishnaba meher

Others

ଝିଅ

ଝିଅ

1 min
2.0K


ଯେମିତି କାହିଁକି ମନେ ହୁଏ

କୋଉ ଏକ ଅଭିଶାପ ଟିଏ

କଳୁଷିତ ମଣିଷ ମନ ଭିତରେ

ହଜାରେ ପ୍ରଶ୍ନ ଉଂକିମାରେ ।

ଝିଅ ଜନମ ପର ଘରକୁ

ଝିଅ ଜନମ ଚୁଳି ମୁହଁକୁ

ମିଛମାୟାର ସଂସାରେ ଛନ୍ଦିହୋଇ

ସ୍ବାର୍ଥେ ଯିଏ ଦିଏ ମନ

ମଣିଷ ଜୀବନ ବହିଥିଲେ ସତ

ପଶୁଠୁ ବି ସେ ହିନିମାନ ।

ଆତ୍ମଚିନ୍ତନ ଥରେ କରି ଦେଖ

ନାରୀ ବିନା ସୃଷ୍ଟି କି ସମ୍ଭବ ?

ଟିକି ଓଠ ତାର, କୁନି କୁନି ହସ

ବାପା ଡାକେ ମନ ହୁଏ ପୁଳକିତ ।

କୁନି କୁନି କଅଁଳ ହାତେ ତାର

ଆଉଁସୁଥାଏ ମୋ ମୁଣ୍ଡକୁ ବାରମ୍ବାର ।

କବାଟ କଡରେ ସେ ଛପିରହି

ଖେଳେ ମୋ ସାଥେ ଳୁଚକାଳି

ସବୁ ଦୁଃଖ କଷ୍ଟକୁ ଭୁଲିଯାଇ,

ଆନନ୍ଦେ ଦିନଟି ଯାଏ ବିତି ।


Rate this content
Log in