Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Others

3.6  

JAMINEE JYOTI JENA

Others

ଝିଅ

ଝିଅ

1 min
255


ଯେବେ ସେ ଆସଇ ମାଆର କୋଳରେ...|

ପରିଚୟ ନେଇ "ଝିଅ ".....

କିଛି ମଣିଷ ଯେ ଖୁସିରେ ନାଚନ୍ତି...

 କିଛି ଯେ ଝରାନ୍ତି ଲୁହ..|

 ପୁଅ ତୁଳନାରେ ଉଣା ହୁଏ ତାର.. 

ଯତନ... ସେନେହ ଯେତେ... 

କିଛି ଯେ କରନ୍ତି ପାତର ଅନ୍ତର

 କିଛି ଲୋକ ପାଇଁ ରାଜକୁମାରୀ ସେ ସତେ.... |

ବୟସର ଧାରା... ବଢ଼ି ଚାଲେ ଯେବେ

ଓଢଣୀ ହୁଏ ତା ସାଥି... 

ବାଧା ବନ୍ଧନର ବଢିଯାଏ ସୀମା.. 

ସତେ କଳାପାଣି ବନ୍ଦୀ... |

ଓଢଣୀ ବଦଳି ଓଢଣା ଯେ ହୁଏ

 ଘର ହୁଏ ସାତ ପର... 

ପର ରାଇଜ ଯେ ଆପଣା ହୁଅଇ...

 ନିୟମ ଯେ ବିଧାତାର... |

ଦୁଃଖରେ ଡ଼ଙ୍ଗାରେ ବସି ଥାଇ ବି ସେ.. 

ସୁଖରେ ଆହୁଲା ମାରି... 

କୂଳରେ ଲଗାଏ ଖୁସିର ସିନ୍ଦୁକ..

 ଲୁହକୁ ଲୁଚାଇ ଧରି... |

ଭାଙ୍ଗି ଯାଇଥିବା ବନ୍ଧୁ ସମ୍ପର୍କ ସେ 

କ୍ଷଣ ମଧ୍ୟେ ଗଢି ଦିଏ.. 

ହଜିଯାଇଥିବା ପ୍ରେମ ଭରିଦିଏ 

ସତେ କାରିଗର ସିଏ.. |

ଭାଗ୍ୟବାନ ସେଇ ମଣିଷ ଜଣକ 

କୋଳରେ ପାଏ ଯେ ଝିଅ... 

ଜୀବନ ଦୀପକୁ ଦୁନିଆକୁ ଆଣେ 

ତାର ସରି କେହି ନୁହଁ |



Rate this content
Log in