STORYMIRROR

Satyabati Swain

Children Stories

3  

Satyabati Swain

Children Stories

ଝିଅ ନୁହେଁ ମୁଁ ରତ୍ନ

ଝିଅ ନୁହେଁ ମୁଁ ରତ୍ନ

1 min
465

ମାଆ ଲୋ ମା ପେଟରୁ ମୋତେ

ମାରିବୁ ନାହିଁ ଜମା

ପୁଅଠୁ ବଳି ସୁଖ ମୁଁ ଦେବି

ଦେଖି ଦୁନିଆଁ ହେବ ତୋବା।


ପାହାଡ଼ ଚଢ଼ି ଆକାଶେ ଉଡି

ସମୁଦର ଗଭୀରତା

ମାପି ପାରିବି ଆକାଶ ବୁକୁ

ହେବି ଜଗତ ଜିତା।


ବିଜ୍ଞାନୀ ହେବି ଡାକ୍ତର ହେବି

ସୈନିକ ହେବି ଦେଶେ

ଶାସକ ହେବି ପ୍ଲେନ ଚଳାଇବି

ଏ ମୋ ଭାରତ ବର୍ଷେ।


ଲୋଡ଼ା ଟିକିଏ ଆଦର ଯତ୍ନ

ଲୋଡ଼ା ଟିକିଏ ସ୍ନେହ

ଝିଅଟି ଦିନେ ହେବି ମୁଁ ମାଆ

ମୋ ପରି କିଏ କହ ?


ସୃଷ୍ଟି ମୁଁ ତୋର ସ୍ରଷ୍ଟାଟି ହେବି

ଦେଲେ ସୁରକ୍ଷା ଯତ୍ନ

ଏଇ ଦୁନିଆଁ କହିବ ଦିନେ

ଝିଅ ନୁହେଁ ମୁଁ ରତ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍