STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଝିଅ ମା

ଝିଅ ମା

1 min
441

ଝିଅ ଜନ୍ମ କରି ଡରି ଡରି ରୁହ,

ନ ହେଲେ ନେବ ରାକ୍ଷସ

ପୁଅଜନ୍ମ କରି ବଂଶ ବୃଦ୍ଧି କର,

ଘୋଳିଦେଲେ ଦେଉ ବିଷ ll


ମା'ସିନା ଜାଣେ ପ୍ରସବ ବେଦନା,

ପୁଅ ହେଉ କି ବା ଝିଅ

ପିତା କି ସନ୍ତାନ କିବା ଜାଣିବେ,

ମାର୍ତ୍ତୃଛାୟାର ସେ ମୋହ ll


ଦେଖାଏ ଭାରତ ପୁଣ୍ୟଭୂମିରେ,

ଝିଅଙ୍କ ଦୁର୍ଦଶା ଆଜି

ଦେଢ଼ବର୍ଷର କନ୍ୟାକୁ ପରା,

ଖୁମ୍ପି ଖାଉଅଛି କାଜି ll


କଚରା କୁଢ଼ା ରେ କାଟି ଫିଙ୍ଗିଦିଏ,

ଇଜ୍ଜତ କୁ ଲୁଟି ତାର

କେମିତି କାଳିଆ ଦେଖି ଦେଖି ଅଛୁ,

ତତେ' ଧର୍ମକୁ ନାହିଁ ଡର ll


ଧିକ୍ ସେ ମୁରୁଖ କାମୁକି ରାକ୍ଷଶ,

ଜନ୍ମ ଦେଇଛି ମା

ସେଇ କୋଳେ ତୁହି ଜନ୍ମ ହୋଇଲୁ,

ପୁଣି ,

ବଦନାମ କଲୁ ନା

ପୁଣି ,

ବଦନାମ କଲୁ ନା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍