ଝିଅ ଖାଲି ନୁହେଁ
ଝିଅ ଖାଲି ନୁହେଁ
1 min
11.5K
ଝିଅ ଖାଲି ନୁହେଁ ଝିଅ ଟିଏ.
ଆଶା ଭରଷାର ଖିଅ ଟିଏ
ଓଠରେ ହସର ଧାର ଟିଏ
ଚିବୁକେ ଲୁହର ଗାର ଟିଏ
ସ୍ଵପ୍ନର ସୁନ୍ଦର ପରୀଟିଏ।
ଝିଅ ଖାଲି ନୁହେଁ ଝିଅଟିଏ l
ଝରଣାର ମଧୁ ଝରଟିଏ
ପକ୍ଷୀର ସୁନ୍ଦର ସ୍ୱର ଟିଏ
ଦରଦୀ ମନର ବନ୍ଧୁ ଟିଏ
ଅବୁଝା ଆଖିର ସ୍ବପ୍ନଟିଏ
ନୀରବ ଭାଷା ବି ବୁଝିଥାଏ
ଝିଅ ଖାଲି ନୁହେଁ ଝିଅ ଟିଏ l
ଅବୁଝା ଗଳ୍ପର କଥାଟିଏ
ଗୀତି କବିତାର ଗାଥା ଟିଏ
ଶ୍ରାବଣୀ ନଈର ଧାର ଟିଏ
ସ୍ନେହ ମମତାର ସୁର ଟିଏ
ସବୁଜ ସୁନ୍ଦର ଫୁଲ ଟିଏ
ଝିଅ ଟିଏ ନୁହେଁ ଝିଅଟିଏ ।
