ଝିଅ ଆଖିରେ ମୁଁ
ଝିଅ ଆଖିରେ ମୁଁ
1 min
11.6K
ରହ ଟିକେ, ରହ ବୁଲୁ,
ରହ,ରହୁନୁ ,
ଟିକେ ହ ଠିଆ
ଉଠାଇ ଦିଏ ଫୋଟ
ତୋ ଫୋଟ
ରହ, ରହ ତୁ ଏବେ
ଛାଡିଵା ପରା ଚାନ୍ଦିପୁର
ମାନିଵୁନିତ,ମାନିଵୁନି
ମୋ କଥା ,
ମାନିଵୁନି
ସାଙ୍ଗ ହେଵିନି ଯା
ରହ କହୁଛି ତତେ
କଥା ମୋ କୁନି ଝିଅର
ରହି ଗଲା ପାଦ
ଉଠାଇ ନେଲା ଫୋଟୋ
କେତେ ଖୁସି
ହସିଲା ତାଳି ମାରି
ନାଚିଗଲା ଘେରାଏ
କହିଲା ଵଢିଆ ଉଠିଛି
ଦେଖିଵୁ, ଦେଖିବୁ ଵୁଲୁ
ଆଉ ଥରେ ଆସିଵା
କହ କହ ଵୁଲୁ କହ
କହନା ତୁ
ମୁଁ ନିମଗ୍ନ
ଏକ ଅଜଣା ପୂଲକେ
ମୋ ପିଲାଦିନର ସେ
ସୁଖଦ ମହକେ
ସତରେ ଏ ପିଲାଦିନ
କେତେ ନିଜର
କେତେ ଆପଣାର
ହଜେଇ ଦେଇ ପୁଣି
ଦେଖୁଛି ମୋ ଝିଅ ଆଖିର
