ଝି
ଝି
କେତେ ଆଶା ନେଇ ଆସି ଥିନି ମୁଇଁ
ଜନମୀ ପୁରଥୀ ପୁରେ
ଭଲ୍ ମନ୍ଦ୍ କାଣା ଜାନବା ଆଘୋନୁ
ଫିକି ଦେଲ ହୋ ଅନ୍ଧାରେ ।
କାଏଁ ପାପ ମୁଇଁ କରିଥିନି କୁହ
ସପନ୍ ଛଡେଇ ନେଲ
ଦୁନିଆ କାଣାଯେ ଜାନବାର୍ ଲାଗେ
ସମୀୟା ବି ନାଇଁ ଦେଲ ।
ଝିଇ ଜନମ୍ ନେଲି ହେତିର୍ ଲାଗି
କରିଦେଲ ମକେ ପର୍
ଅଧା ବାଟେ ମକେ ଫିକି ଦେଲ ମା' ବା
ନାଇଁ ଦେଖି ପାର୍ଲି ଘର୍ ।
ଦୁଇ କୁଲର୍ ପରେ ହିତ୍ ଚାହେଁସି
ନାଇଁ ଜାନି କାଏଂ କୁହ
ମନର୍ କଥାକେ ମନେ ମାରି ଦେସିଂ
ଝରେଇ ଆଖିର୍ ଲହ ।
କେତେ ଅସୁର୍ ଯାଏତ୍ ମୋର୍ ଦିହି
କୁଟାସଁ ରକତ୍ ଚିତା
ମାଆର୍ ଗରଭୁ ଜାନି ପାର୍ଲେ ଝିଇ
କରିଦେସ ଭ୍ରୁଣ ହତ୍ୟା ।
ଆଜିର୍ ସମିୟା ଝିଇର୍ ଦୁନିଆ
ଦେଖ ଝି'ର୍ ଇତିହାସ୍
ଉଡ଼ଲା ଝି' ପଢ଼ଲା ଝି' ଲଢଲା ଝି'
ଦେଖେଇ ଦେଲା ସାହାସ୍ ।
ମୁରୁଖ୍ ବାଗିର୍ କାଏଁଯେ ହେସ ଗୋ
ବୋଝ୍ ନୁହେଁସେ ଇ ଝିଇ
ଯା'କେ ଦିନେ ଦୁରବଲ ଭାବୁଥିଲ
ଶତ୍ରୁ ସାଙ୍ଗେ ସେ ଲଢସି ।।