STORYMIRROR

KRUTIBAS NAYAK

Children Stories

4  

KRUTIBAS NAYAK

Children Stories

ଝଗଡ଼ା

ଝଗଡ଼ା

1 min
188


ଡ୍ରାଇଭରଟି ଶୋଇଲା ଦିନେ ନିଜର ଗାଡ଼ି ଭିତରେ,

ଅଧା ରାତିରେ ସ୍ଵପ୍ନ ଦେଖିଲା ପଡ଼ିଯାଇଛି ଗାତରେ |


ନିଦ ଭାଙ୍ଗିନି ଶୁଣି ପାରିଲା ଚକ କହୁଛି ରାଗରେ,

ମୋ ପାଇଁ ସିନା ଗାଡ଼ି ଚାଲିଛି ତମକୁ କିଏ ପଚାରେ ?


ଷ୍ଟିୟରିଂ କହେ-ଛାଡ଼ ସେକଥା ମୁଁ ବୁଲାଏ ଚକକୁ,

ଟିକିଏ ବଙ୍କା କରିଦେବି ଯେ ଯିବୁ ଆର ପାଖକୁ |


ତେଲ ଟାଙ୍କିଟା ହସି କହିଲା-ମୋ କଥା ପଦେ ଶୁଣିବ ?

ତେଲ ନ ଥିଲେ ଗାଡ଼ି ଚକକୁ ଆଗକୁ କିଏ ଟାଣିବ ?


ବ୍ୟାଟେରୀ କହେ-ମୋ ପାଇଁ ସିନା ଗାଡ଼ି ଷ୍ଟାର୍ଟ ହେଉଛି,

ଇଂଜିନ ଚାଲେ ତେଲ ବି ଜଳେ ଗାଡ଼ି ଆଗକୁ ଯାଉଛି |


ଚାବି କହିଲା-ମୁଁ ସିନା ଛୋଟ କାମ ଥାଏ ମୋ ପାଖରେ,

ସବୁ ଥାଇ ବି ଗାଡ଼ି ଅଚଳ କରିପାରେ ମୁଁ ବାଟରେ |


ସେତିକି ବେଳେ ଚକର ପିନ ଫୁସକରି ଖୋଲିଲା,

ପବନ ନାହିଁ ଗାଡ଼ି ଅଚଳ ତାଙ୍କ ଝଗଡ଼ା ତୁଟିଲା |


Rate this content
Log in