STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ଝଡର ଇଗଲ

ଝଡର ଇଗଲ

1 min
229

କ୍ଷୁଦ୍ର ପାପୁଲିରେ ମୋର 

ବିଶ୍ୱକୁ ସଜାଇବା ମୋହରେ 

ପ୍ରଲମ୍ବିତ ହୋଇଯାଇଥିଲି 

ଭୂମିରୁ ଭୂମା ଯାଏଁ 

ବିକ୍ଷିପ୍ତ ହୋଇଯାଇଥିଲି ସାରା ଆକାଶ 

ମନ ମଧ୍ୟ ବିମୁଗ୍ଧ ବିଭୋର ଥିଲା 

ସ୍ବପ୍ନ ସଜାଇବାରେ l 


ହେଲେ କାଳ ଯେ ଅସ୍ଥାୟୀ 

ଖୁସି କ୍ଷଣ ଭଙ୍ଗୁର ବୋଲି 

ଥିରେ ଥିରେ ଆଚ୍ଛାନ୍ନ କଲା ମେଘ 

ଘନକୃଷ୍ଣ କବରୀରେ ତାର ସୁନୀଳ ଆକାଶ 

ଚାହୁଁ ଚାହୁଁ ହଜିଗଲା ସବୁଜ ବଳୟ l 


ସାଜିଲି ମୁଁ ମାରୁ ପ୍ରାନ୍ତେ 

ଘୁରି ବୁଲୁଥିବା 

ଏକାକୀ ଝଡର ଇଗଲ... l 



Rate this content
Log in