STORYMIRROR

ବଳରାମ ବାରିକ

Others

1.0  

ବଳରାମ ବାରିକ

Others

ଝଡ଼

ଝଡ଼

1 min
27.8K



ଏ ଝଡ଼ ଆସୁଛି କଂକ୍ରିଟର କୋଠାବାଡ଼ ଡ଼େଇଁ।

ଏ ଝଡ଼ ଆସୁଛି ଧୋବା ତୁଠ ଆଉ ହାଡ଼ି ସାହି ଛୁଇଁ।

ଏ ଝଡ଼ ଆସୁଛି ପିନ୍ଧି ଧ୍ବଂସ ର ଅଙ୍ଗୁରୀୟ ,

ଲେଲିହାନ ଜିହ୍ଵା ନେଇ ଶୋଷିବାକୁ

ରକ୍ତ ,ପ୍ରେତର ନାଚରେ।


ଏ ଝଡ଼ ଆସୁଛି ଉଡେଇ ନେବାକୁ

ମୁଁ କାରକୁ।

ମିଥ୍ୟା ଅହମିକା କୁ।

ଅଲଗା କରିବାକୁ ପାଣି ଆଉ ସର।

କଞ୍ଚା ବି ନେବ ପାଚିଲା ବି ନେବ।

ତୁଳା ଉଡିବ ଶିଳା ବି ଉଡିବ।

କରାଳ ଗର୍ଭରେ ଲୀନ କରିବାକୁ।


ଏ ଝଡ଼ ଆସୁଛି ଚେତେଇ ଦେବାକୁ ଭୂମି ଉପରେ ବର୍ଗ ଫୁଟ ହିସାବରେ ଜାଗା ମାଡି ବସିଥିବା ,

ଅମର ଆତ୍ମାଗୁଡିକୁ।

ଚର୍ମ ଆଉ ମାଂସ ର ଆବରଣ ଭିତରେ ସତ୍ୟର ପଞ୍ଜରା ହାଡକୁ ଗଣେଇ ଦେବାକୁ।


ଏ ଝଡ଼ ଆସୁଛି,ସାଙ୍ଗରେ କାଲୁଆ ପବନ ନେଇ ଥରେଇ ଦେବାକୁ

ମଝି ଖୁଣ୍ଟ ଗୁଡାକୁ ।

ମଶାଣିର ଦରପୋଡା କାଠ ଗୁଡିକୁ

କୁହୁଳାଇ ଜଳେଇବାକୁ।

ରାମ ନାମ ସତ୍ୟ ହୁରି ପଡୁଥିବା ବେଳେ

କୋଉଡି ଆଉ ଖଇ ର

ହିସାବ ନିକାସ ଶିଖାଇବାକୁ।

✍ବଳରାମ


Rate this content
Log in