STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

ଝଡ଼

ଝଡ଼

1 min
387




ଝଡ଼ ନୁହେଁ ଇଏ, ଅଭିମାନ ତାର....

ଅନ୍ୟାୟ ଅନୀତିର ଇଏ ପ୍ରତ୍ୟୁତ୍ତର,

ପ୍ରଜା ଅଳି ସିନା ହସି ହସି ଶୁଣେ,

ନୀତି ନିୟମରେ ତାର ଅବହେଳା କଲେ,

ନିୟମ ଭାଙ୍ଗିଲା ଯୁଗ ଯୁଗର....

ପତିତପାବନ ଛିନ୍ନ ହୁଏ ବାରମ୍ବାର,

କେତେ ଯେ ସଙ୍କେତ ଦେଇ

ସଜାଗ ନ କରିଛି ମୋ କଳା ଠାକୁର....

କିନ୍ତୁ କିଏ ଯେ ଶୁଣୁଛି ? 

କିଏ ଯେ ବୁଝୁଛି?

ବିନାଶ ଆରମ୍ଭ ହୋଇଲା ଏ ଜାଣ....

ଶେଷ ସମୟ ଉପନୀତ କଳିଯୁଗର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍