STORYMIRROR

Sarat Manhira

Others

3  

Sarat Manhira

Others

ଝାନ୍ସୀ ରାଣୀ ଲକ୍ଷ୍ମୀବାଇ

ଝାନ୍ସୀ ରାଣୀ ଲକ୍ଷ୍ମୀବାଇ

1 min
296

ଲଢ଼ି ଲଢ଼ି ରଣଭୂମିରେ କୁସୁମ ଗଲା ମଉଳି

   ଝାନ୍ସୀ ରାଣୀ ଲକ୍ଷ୍ମୀବାଇ

ରହିଗଲା ସ୍ୱର୍ଗ ଚିର ଇତିହାସେ ନାମେ

   ଅକ୍ଷୁର୍ଣ୍ଣ ଭାରତ ମାଟି ତଳେ ll


କଅଁଳ ହାତେ ବିଧାତା ଜୟ ତରବାରୀ

   ବେକ ପୃଷ୍ଠରେ ବାନ୍ଧି ସନ୍ତାନ

ଘୋଟକ ବିରାଜି ତରୁଣୀ ବଳିଦାନ

   ଉଦାହରଣ ସାଜେ ବୀରଙ୍ଗାନା ନାରୀ ସଦା ll


ରଣଚଣ୍ଡୀ ଗୋରା ରକ୍ତ ନିଏ ଶୋଷି

   ଏକା ହାତେ ହଜାରେ ମୁଣ୍ଡ ବଧି

ପବନ- ବାଦଲ ଘୋଡା ଉଡେ ତେଜ

   ରକ୍ତବୀଜ ଇଂରେଜ ନାଶହୁଏ ପ୍ରତିଥର ll


ବାଜି ଜିତିଥିଲା ଲକ୍ଷ୍ମୀ ଘୋଟକ ବାହିନୀ

   କିଏ ତୋ ଦେଲାନି ସାହସ ଭରି

ସଙ୍କଟ ନାଳରେ କର୍ଣ୍ଣର ହେଲା ଅଭିଶପ୍ତ ବାଣୀ

   ବୀରା ଲକ୍ଷ୍ମୀବାଇ ଚକ୍ରବ୍ୟୂହରେ ଗଲା ଫସି ll


ଆଜି ବି ଅଛି ଚିତ୍ର ସମୂହ ଏକା ରହି

   ଅଭୁଲା ରାଣୀର ପ୍ରତୀକ ସାଜି

ଯେବେ ତୁମ କରୁଣ କାହାଣୀ ମନେପଡେ

   ଲୁହ ବୋହିଯାଏ ଖାଲି ଇତିହାସରେ ଥାଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍