Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଜଗତ କଲ୍ୟାଣକାରୀ ଠାକୁର

ଜଗତ କଲ୍ୟାଣକାରୀ ଠାକୁର

1 min
151


• ଜଗତ କଲ୍ୟାଣ କାରି ଠାକୁର

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ନୀଳ ସୁନ୍ଦର ହେ ନୀଳାଦ୍ରି ମହାନାୟକ

• ନୀଳନଭ ଜିଣି କାନ୍ତି ମନୋହର ଶୋଭା ସାରଙ୍ଗ ଶାୟକ

• ତୁମେ ମହାବାହୁ ଦୟାର ସାଗର ତୁମେତ ଶୁଭ ଦାୟକ

• ନୀଳ ସୁନ୍ଦର ହେ ନୀଳାଦ୍ରି ମହାନାୟକ ।।

• ଜଗତର ପିତା ତୁମେ ଜଗନ୍ନାଥ ଜଗତ କଲ୍ୟାଣ କାରି

• ଜଗତର ହିତ ପାଇଁ ଅବତାର ତୁମେ ନୀଳାଦ୍ରି ବିହାରୀ

• ଅନୁସରି ତୁମ ପଦପଙ୍କଜରେ ସରିଗଲାଣି ମୋ କାଳକ

• ତଥାପି ଉପଳ ମୋ ପାଇଁ ଠାକୁର ହୋଇଯାଅ କିଆଁ ନିର୍ବାକ

• ନୀଳ ସୁନ୍ଦର ହେ ନୀଳାଦ୍ରି ମହାନାୟକ ।।

• କେତେ କେତେ ପାପି ସଂସାରୁ ତାରିଛ ନାମ ପତିତପାବନ

• ସରିତ ଯାଉଛି ମୁଁ ଜଣେ ପତିତ ସହି ସହି ଦୁଃଖ କଷଣ

• କାହାପାସେ ଯାଇ ଶରଣ ପସିବି ହଜି ଯାଏ ବୁଦ୍ଧି ବିବେକ

• ତୁମେ ନରଖିଲେ କା ଆଗେ କହିବି କୁହ କୁହ ବିଶ୍ଵ ପାଳକ

• ନୀଳ ସୁନ୍ଦର ହେ ନୀଳାଦ୍ରି ମହାନାୟକ ।।

• ମୋରେ ଦୁଃଖ ଦେଇ ଭାବିଛ କି ନାଥ ସୁଖରେ କାଟିବଦିନ

• ଦୀନ ଦୁଃଖୀ ଲୁହ ବିଅର୍ଥ ନହେବ ଭୋଗିବ ହେ ଭଗବାନ

• ନିଶ୍ଚୟ ଭୋଗିବ ଅନେକ ଯାତନା ନାମେ ଲାଗିଯିବ କଳଙ୍କ

• କହଇ ପ୍ରଫୁଲ୍ଲ ନିଜ ସୁଖ ପାଇଁ ଦୂର କର ଦୁଃଖୀ ଦୁଃଖ

• ନୀଳ ସୁନ୍ଦର ହେ ନୀଳାଦ୍ରି ମହାନାୟକ ।।


Rate this content
Log in