Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଜଗତ ଜୀବନ

ଜଗତ ଜୀବନ

1 min
6.6K



• ରାଗ—ବାଗେଶ୍ରୀ

• ତାଳ—ଏକତାଳି

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• -------- ----------------- ----------

• ଏ ସବୁ ଦେଖି

• ଦଣଣ୍ଡୁଛ ହେ ଜଗନ୍ନାଥ , କରୁଛ ଦୁଃଖୀ

• ହେ ଚକା ଆଖି ,ଏ ସବୁ ଦେଖି ,,

• ଦୁଃଖ ର ପାହାଡ଼ ହୋଇଛି ହେ ବାଡ଼

• ଆଗକୁ ଅନ୍ଧାର ନ ପାଏ ଆଖି ,ଏ ସବୁ ଦେଖି…।।

• ମହାପାପ ମହା ବିଭ୍ରାଟ

• ତୁମେ ହେଲ ଖେଳଣା କାଠ

• ଶାନ୍ତି ଅପସରି ଗଲାଣି ଶ୍ରୀହରି

• ଧନ ଲୋଭେ ଦେଲେ ତୁମକୁ ବିକି , ଏ ସବୁ ଦେଖି…।।

• ଭକତର ବେଶକୁ ଧରି

• ପାପୀ ଏଠି କରନ୍ତି କେଳୀ

• ଧନ ଲୋଭପଣେ ଦଇତ ସମାନେ

• ଆଚରଣ ଦେଖ କରୁଅଛନ୍ତି , ଏ ସବୁ ଦେଖି…।।

• କ୍ଷମା ମାଗେ କ୍ଷମା ସାଗର

• ଦୋଷାଦୋଷ କ୍ଷମ ଠାକୁର

• ଆଉ ଦଣ୍ଡନାହିଁ ଆହେ ବିଶ୍ବସାଇଁ

• ପାଏ ପଡି କରେ ତୋରେ ମିନତୀ , ଏ ସବୁ ଦେଖି…।।

• କହଇ ପ୍ରଫୁଲ୍ଲ ଅଜ୍ଞାନ

• ତୁମେ ତ ଜଗତ ଜୀବନ

• ଅଜ୍ଞାନୀ ଙ୍କୁ ଜ୍ଞାନ କରହେ ପ୍ରଦାନ

• ଦୂର ହେଉ ଯେତେ ଦୁଃଖ ଦୁର୍ଗତି ,ହେ ଚକା ଆଖି…।।





Rate this content
Log in