STORYMIRROR

Banabihari Mishra

Others

3  

Banabihari Mishra

Others

ଜଗନ୍ନାଥ

ଜଗନ୍ନାଥ

1 min
133

ଉତ୍କଳରେ ଖ୍ୟାତ ଶିରୀକ୍ଷେତର ଲୋ

ସେଠି ବସିଅଛି ଜଗାକାଳିଆ

ଚକାଚକା ଆଖି ଭାରି ସୁନ୍ଦର ଲୋ

ପାଖରେ ସୁଭଦ୍ରା ଭାଇ ବଳିଆ


ନାଲିଆ ଅଧରେ ଖିଲିଖିଲି ହସ

ଦୁଃଖୀ ଦୁଃଖ ସିଏ ସବୁ ଶୁଣୁଛି

କରମକୁ ଦେଖି ଭକତର ବାଞ୍ଛା

ସବୁ ସିଏ ପୂର୍ଣ୍ଣ କରି ଦେଉଛି।


ରତନ ବେଦୀରେ ବସିଛି କାଳିଆ

ପାପୀଙ୍କର ପାପ ଧୋଇବା ପାଇଁ

ସେନେହରେ ଡାକେ ଆସ ହେ ପାତକୀ

ସବୁ ପାପ ତୁମ ଦେବି ମୁଁ ଧୋଇ।


ଏମିତିକା ପ୍ରଭୁ ଦେଖିଛ କି କେହି

ଭକତ ପାଇଁ ଯେ ସଦା ଭାବଇ

ଭକତର ସୁଖେ ହସୁଥାଏ ପୁଣି

ଭକତ କାନ୍ଦିଲେ ସିଏ କାନ୍ଦଇ।


ଜୀଅନ୍ତା ଠାକୁର ଜଗତର ନାଥ

ମଣିଷ ଭଳିଆ ସବୁ ତା ନୀତି

ସେଥିପାଇଁ ପରା ସାରା ଜଗତରେ

କାଳିଆ ସାଆନ୍ତ ତାକୁ ଡାକନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍