ଜଗନ୍ନାଥ
ଜଗନ୍ନାଥ
1 min
131
ଉତ୍କଳରେ ଖ୍ୟାତ ଶିରୀକ୍ଷେତର ଲୋ
ସେଠି ବସିଅଛି ଜଗାକାଳିଆ
ଚକାଚକା ଆଖି ଭାରି ସୁନ୍ଦର ଲୋ
ପାଖରେ ସୁଭଦ୍ରା ଭାଇ ବଳିଆ
ନାଲିଆ ଅଧରେ ଖିଲିଖିଲି ହସ
ଦୁଃଖୀ ଦୁଃଖ ସିଏ ସବୁ ଶୁଣୁଛି
କରମକୁ ଦେଖି ଭକତର ବାଞ୍ଛା
ସବୁ ସିଏ ପୂର୍ଣ୍ଣ କରି ଦେଉଛି।
ରତନ ବେଦୀରେ ବସିଛି କାଳିଆ
ପାପୀଙ୍କର ପାପ ଧୋଇବା ପାଇଁ
ସେନେହରେ ଡାକେ ଆସ ହେ ପାତକୀ
ସବୁ ପାପ ତୁମ ଦେବି ମୁଁ ଧୋଇ।
ଏମିତିକା ପ୍ରଭୁ ଦେଖିଛ କି କେହି
ଭକତ ପାଇଁ ଯେ ସଦା ଭାବଇ
ଭକତର ସୁଖେ ହସୁଥାଏ ପୁଣି
ଭକତ କାନ୍ଦିଲେ ସିଏ କାନ୍ଦଇ।
ଜୀଅନ୍ତା ଠାକୁର ଜଗତର ନାଥ
ମଣିଷ ଭଳିଆ ସବୁ ତା ନୀତି
ସେଥିପାଇଁ ପରା ସାରା ଜଗତରେ
କାଳିଆ ସାଆନ୍ତ ତାକୁ ଡାକନ୍ତି।
