ଜଗନ୍ନାଥ
ଜଗନ୍ନାଥ
ମୂର୍ଖ ହିଁ ଅଜ୍ଞାନ ମୁହିଁ ନ ଜାଣିଲି କିଛି
ଶାସ୍ତ୍ର ପଡ଼ିନାହିଁ ମୁହିଁ ଜ୍ଞାନ ନାହିଁ କିଛି।
ଜଗନ୍ନାଥ ଜଗନ୍ନାଥ ଭଜେ ଦିନରାତି
ଜୀବନ ଯାତ୍ରାରେ ତାଙ୍କ ଚରଣେ ଭକତି।
ପଥପ୍ରଦର୍ଶକ ସେହୁ ସର୍ବୋପରି ମୋର
ତାଙ୍କ ବିନୁ ଗତି ନାହିଁ ଜୀବନ ଯାତ୍ରାର।
ପର୍ମବ୍ରହ୍ମ ପରମେଶ୍ୱର ପରମାତ୍ମା ହିଁ ସେହୁ
ସୃଷ୍ଟିକର୍ତ୍ତା ନିରଞ୍ଜନ କୄପାସିନ୍ଧୁ ସେହୁ।
ଜଗତ ପାଳକ ଦାରୁବ୍ରହ୍ମ ମଧ୍ୟ ସେହୁ
ସତ୍ୟପଥ ବନ୍ଧୁ ମଧ୍ୟ କର୍ମପଥ ସେହୁ।
ଭାଇ ଭଉଣୀଙ୍କୁ ଧରି ଦେଖୁଥାନ୍ତି ସବୁ
ଜଗତର ମନକଥା ଜାଣି ଥାନ୍ତି ସବୁ।
ଯାହା କିଛି ହୁଏ ଅବା ହେଉଅଛି ଏବେ
ସମସ୍ତ ଭିଆଣ କରୁଛନ୍ତି ପ୍ରଭୁ ଭବେ।
ମନୁଷ୍ୟ ଭିଆଣ ଯନ୍ତ୍ରେ ବିଶ୍ଵକର୍ମା ସେହୁ
ବିଜ୍ଞାନର ରୂପ ମଧ୍ୟ ପ୍ରଭୁ ମହାବାହୁ।
ଦୁର୍ଲ୍ଲଭ ଜୀବନ ମଧ୍ୟ ତାଙ୍କରି ଭିଆଣ
ସୁରକ୍ଷା କରିବେ ସେହୁ ଜଗତ ତାରଣ।
ସେହୁ କୄଷ୍ଣ ସେହୁ ରାମ ସେହୁ ଜଗନ୍ନାଥ
ନାରାୟଣ ନିରାକାର ପ୍ରଭୁ ଜଗନ୍ନାଥ।
ମୂର୍ଖ ହିଁ ଅଜ୍ଞାନ ମୁହିଁ ନ ଜାଣିଲି କିଛି
ଶାସ୍ତ୍ର ପଡ଼ିନାହିଁ ମୁହିଁ ଜ୍ଞାନ ନାହିଁ କିଛି।
