STORYMIRROR

Pranati Panda

Others

3  

Pranati Panda

Others

ଜଗନ୍ନାଥ ନାମ ବହି

ଜଗନ୍ନାଥ ନାମ ବହି

1 min
243


ତୁମ ମନ୍ଦିରର ଦୀପଟିଏ ହୋଇ

     ଜଳୁଅଛି ଜଳୁଥିବି ,

ସଳିତାରୁ ଘିଅ ସରିବା ପର୍ଯ୍ୟନ୍ତ

     ତୁମ ମୁଖ ଦେଖୁଥିବି ।


ନାରୀ ଜନ୍ମଟିଏ ପାଇଅଛି ମୁଁ ଯେ

    ମୁକତି ଲଭିବା ପାଇଁ ,

ଦୀପଶିଖା ପରି    ଜଳି ଉଠୁଥିବି

     ତବ ଶ୍ରୀଚରଣ ଛୁଇଁ ।


ଜୀବନ୍ତ ଠାକୁର  କଳି ଯୁଗେ ତୁମେ

     ତୁମ ନାମ ଗାଇ ଗାଇ,

ଜୟ ଜଗନ୍ନାଥ ତୁଣ୍ଡେ ମୋର ଥାଉ

     ଜଳିବା ଯାଏ ମୋ ଜୁଇ ।


ଏକା ମୁଁ ଆସିଛି ଏକା ହୋଇ ଯିବି

    ନଥିବେ ସାଙ୍ଗରେ କେହି,

ଜୀବନଟା ଯାକ   ଏକା ଲଢ଼ି ଲଢ଼ି

    ଶାନ୍ତିରେ ଯିବି ମୁଁ ଶୋଇ ।

     

    


Rate this content
Log in