ଜଗନ୍ନାଥ ଭଜନ
ଜଗନ୍ନାଥ ଭଜନ
1 min
276
ଜଗନ୍ନାଥ ତୁମେ ବଡ଼ ଛଳିଆ
ବଡ଼ ଦେଉଳେ ବସି କରୁଛ ମହାବାହୁ ଲୀଳା ଭଳିକିଭଳିଆ।
ତୁମେ ତ ଦାରୁ ରୂପେ ବସିଅଛ ପ୍ରଭୂ,
ତୁମ ଶ୍ରୀ ଦର୍ଶନେ ପାପ ଧୋଇ ହୁଏ ସବୁ।
ମୁକତି ଦାୟକ ,ପ୍ରଭୂ ଜଗନ୍ନାଥ
ବିଜେ କରିଛ, ରତ୍ନ ସିଂହାସନେ ନେଇଭଉଣୀ ଭ୍ରାତ।
ପତିତପାବନ ବାନାକୁ ଉଡାଇ
ବଡ଼ ଦେଉଳେ ଭଳିଭଳି ବେଶେ ହେଉ।
କି ଦୋଷ କରିଲେ ପ୍ରଭୂ ତୁମ ଭକ୍ତ
କରିଲ ତାଙ୍କ ପାଇଁ ବଡ଼ ଦେଉଳ ଆଜିବନ୍ଦ।
ଜଗନ୍ନାଥ ତୁମେ ବଡ଼ ଛାଳିଆ
ଲୀଳା କରୁଛ ମହାପ୍ରଭୁ ଭଳିଭଳିଆ।
ଏତିକି ମୋର ଏ ଛୋଟ ଗୁହାରି
ବିଶ୍ୱ ବାସୀ ଙ୍କୁ ନିଜ ଶରଣ ରେ ନିଅ ଆଦରି।
