ଜଗାରେ ତୁ କିଆଫୁଲ ପରି ବାସେ
ଜଗାରେ ତୁ କିଆଫୁଲ ପରି ବାସେ
ଦେ ରେ କାଳିଆ ଦେ
ତୋ ଦରଶନ ଟିକେ ଦେ
ଯେଉଁ ପଣ୍ଡା ତୋତେ ଉପାଶେ ରଖିଲା
ତାର ବଉଁଶ ବୁଡ଼େଇ ଦେ ।
ଦେ ରେ କାଳିଆ ଦେ
ତୋ ଅଭଡ଼ା ଟିକିଏ ଦେ
ଯେଉଁ ପଣ୍ଡା ତୋର ନୀତି ବୁଡ଼େଇଲା
ତା କାନ ଗିରି ଫଟେଇ ଦେ ।
ଦେ ରେ କାଳିଆ ଦେ
ତୋ ତୁଳସୀ ଟିକିଏ ଦେ
ଯେଉଁ ପଣ୍ଡା ବ୍ରହ୍ମ ବିଭ୍ରାଟ କରିଲା
ତା ଆଖି ଦୁଇ ଫୁଟେଇ ଦେ ।
ଦେ ରେ କାଳିଆ ଦେ
ତୋ ଆଶିଷ ଟିକିଏ ଦେ
ଯେଉଁ ପଣ୍ଡା ତୋର ଅପମାନ କଲା
ତା ଦୁଇ ଗୋଡ଼ ଭାଙ୍ଗି ଦେ ।
ଦେ ରେ କାଳିଆ ଦେ
ତୋର ନିରୀମାଲ୍ୟ ଟିକେ ଦେ
ଯେଉଁ ପଣ୍ଡା ତୋର ଭକ୍ତକୁ ପିଟିଲା
ତାକୁ ପାରାଲିସିସ କରିଦେ ।
ନେ ରେ କାଳିଆ ନେ
ଆମ ପ୍ରଣିପାତ ଟିକୁ ନେ
ସାରା ଜଗତ କୁ ଭଲରେ ରଖିବୁ
ପଦେ କଥା କହିଦେ ।
ହସେ ରେ କାଳିଆ ହସେ
ଟିକେ ମୁରୁକି ମୁରୁକି ହସେ
ସାରା ଜଗତରେ ସମସ୍ତଙ୍କ ଘରେ
କିଆ ଫୁଲ ପରି ବାସେ ।
