STORYMIRROR

Puspanjali Panda

Others

3  

Puspanjali Panda

Others

ଜଗାର ଚିତାଲାଗି

ଜଗାର ଚିତାଲାଗି

1 min
136

ଶ୍ରାବଣ ଶୁକ୍ଳ ଅମାବାସ୍ୟା ଆଜି

ତିନି ଠାକୁରଙ୍କ ଚିତାହେବ ଲାଗି ।

ହୀରା ନୀଳା ପନ୍ନା ରତନେ ତିଆରି

ପିନ୍ଧନ୍ତି ତିନିହେ ଯାତରାରୁ ଫେରି ।

ଦେବସ୍ନାନ ଦିନ ଓହ୍ଲେଇ ଦିଅନ୍ତି

ସୋଲଚିତା ନେଇ ଦିଅନ୍ତି ଯେ ଗୁନ୍ଥି ।

"ଚିତ୍ରକ" ପରବେ ଚିତଉ ପିଠାର

ମଣୋହି କରନ୍ତି ସେ ତିନି ଠାକୁର ।

ଓଡ଼ିଆ ଚଳଣି ଖାଏ "ଗେଣ୍ଡୁଆଣୁଣୀ"

ବିଲ ବାଡ଼ି ଆଉ ଗଡିଆର ପାଣି ।

ଚାଷୀ ଚଷିବାକୁ ବିଲକୁ ଯାଏ

ଗେଣ୍ଡା କୋଚିଆଙ୍କୁ ଚିତଉ ଦିଏ ।

ଗୋଡ଼ ହାତ ମୋର କାଟିବୁ ନାହିଁ

ଚିତଉ ଖା’ରେ ଗେଣ୍ଡୁଆ ଭାଈ ।

ଚାଉଳ ନଡ଼ିଆ ବାଟି କରିଛି

ଜଗା ଚିତା ପରି ଗୋଲ୍ ହେଇଛି ।

ଜଗା ରାଣ ଦେଇ କହୁଛି ତତେ

ବର୍ଷ କ ଯାକ ନ କାଟିବୁ ମତେ ।

ଉତ୍ତର ଭାରତର "ହରିଆଲୀ"

ଆନ୍ଧ୍ରପ୍ରଦେଶର "ଚୁକୁଲ୍ଲା" ପରି

"ଗଟ୍ରି ଅମାବସ୍" ମହାରାଷ୍ଟ୍ରର

"ଭିମାନୀ" ନାମଟା କଣ୍ଣାଟକର

କେଉଁଠି କହନ୍ତି "ଗୌରୀ ପୂଜନ"

ଚିତଉ ଅମାବାସ୍ୟାର ଏଇ କଥନ ।


Rate this content
Log in