ଜଗା ଦର୍ଶନରେ ଆଶା
ଜଗା ଦର୍ଶନରେ ଆଶା
1 min
171
ସ୍ମିତ ହାସ୍ୟ ତୋର ଦେଖିବା ନିମନ୍ତେ
ବ୍ୟାକୁଳ ହେଉଛି ମନ
ପୁରୀ ଯିବା ପାଇଁ ଶରୀର ଚାହୁଁଛି
ହେଲେ ପାଶେ ନାହିଁ ଧନ ।
ଗଢିଛି ହୃଦୟେ ରଥ ତୋ ନିମନ୍ତେ
ଆସ ଥରେ ମହାବାହୁ
ଏ ପାପ ଆଖିରେ ଦେଖିବି ଥରେଟେ
ମୋର ପ୍ରାଣ ଥାଉ ଥାଉ ।
ନାହିଁ ମୋ ସମ୍ବଳ ଶରୀର ଦୁର୍ବଳ
ପାପ ପଙ୍କେ ଘାରି ହୋଇ
ଅପେକ୍ଷା କରିଛି ଚାତକ ପରାୟ
ତୋର ଦରଶନ ପାଇଁ ।
ଭବ ପାରବାର ଅଶାନ୍ତ ସହରେ
ଦେଇଛୁ ଜନମ ମୋତେ
ଲୋଭ ମାୟା ମୋହ ଗ୍ରାସ କରିଅଛି
ଚାହିଁ ମୁଁ ରହିଛି ତୋତେ ।
