STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଜେଜିଙ୍କ ରଥ ଯାତରା

ଜେଜିଙ୍କ ରଥ ଯାତରା

1 min
286


ବଡ଼ ସରାଗରେ ଜେଜିଙ୍କର ଆଜି

ମନଟା ହେଲା ଉଚ୍ଛନ୍ନ 

ପୁଅ ବୋହୂ ନାତି ନାତୁଣୀ ସହିତ

ଯିବ ପୁରୀ ଦରଶନ।୧

ସଭିଙ୍କୁ ପାଖରେ ବସାଇ କହିଲେ

ଆରପୁର ଯିବା ପାଇଁ 

ସମୟ ହେଲାଣି ଯମ ଡାକିଲାଣି

ସେ ପାଇଁ କହୁଛି ମୁହିଁ।୨

ନେଇଚାଲ ଥରେ ଶ୍ରୀକ୍ଷେତ୍ର ଦେଖିବି

ଦେଖିବି ବଡ଼ ଯାତରା 

ବଡ଼ଦାଣ୍ଡ ଧୂଳି ମଥାରେ ବୋଳିବି

ମନ ମୋ ହୁଏ ଅଧିରା।୩

ଶେଷଥର ପାଇଁ ଏହି ଅନୁରୋଧ

ରଖ ଆରେ ପୁଅ ବୋହୂ 

ଆଉ ଜୀବନରେ ଦେଖି କି ପାରିବି

ଚାହିଁଲେ ବି ଯିବି କାହୁଁ?୪

ବୋହୂଟିର ଥିଲା ଶାଶୂ ମାଆ ପ୍ରତି

ନୀଚ୍ଚ ମନୋଭାବ କେତେ

ସ୍ବାମୀଙ୍କୁ ମତେଇ ମୋଟେ ନେଲାନାହିଁ

ରଥ ଯାତରାକୁ ସତେ।୫

ଲୁହରେ ସଢି଼ଲା ଜେଜେମାଆ ତାର

ଦେଖିଲା ବକଟେ ନାତି

ସହି ନ ପାରିକି ମାଆଙ୍କୁ କହିଲା

ରହିଲା ହୃଦୟ ସ୍ମୃତି।୬

ଜେଜିଙ୍କର ପରି ଦିନେ ବୁଢୀ ହେବ

ମୋ ପାଖେ କରିବ ଅଳି

ମୁହିଁ ବି ସେଦିନ ଏହିପରି ଶିକ୍ଷା

ମୁହେଁ ଲଗାଇବି କାଳି।୭

ଜେଜିଙ୍କର ଲୁହ ପୋଛିଲା ନାତିଆ

ନେଇଗଲା ରଥଯାତ

ଦେଖାଇଲା ସବୁ ବୁଲାଇ ଚୌଦିଗେ

ଜେଜିଙ୍କର ହୋଇ ମିତ।୮

ଘରକୁ ଫେରିକି ଜେଜି ଆଶୀର୍ବାଦ 

ବୁଣିଲେ ନାତିଙ୍କ ହୃଦେ

ପୁଅ ବୋହୂ ଦୁହେଁ ଜଳି ମରୁଥିଲେ

ଇଛାଟା ଦେବେ କି ଖୁନ୍ଦେ?୯

ଜେଜିଙ୍କର କୋଟି ଆଶିଷ ପାଇକି

ନାତିକା ହେଲା କୃତାର୍ଥ 

ଜେଜି କିନ୍ତୁ ହାୟ ଆଖି ବୁଜିଦେଲେ

ନିଜକୁ ଭାବିକି ବ୍ୟର୍ଥ।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍