ଜେଜେଙ୍କ ଟୁଆଁ ଟୁଇଁ କାହାଣୀ
ଜେଜେଙ୍କ ଟୁଆଁ ଟୁଇଁ କାହାଣୀ
ମନେ ପଡ଼ ତୁମେ ଜେଜେ
ତୁମର ସେ ଟୁଆଁ ଟୁଁଇଁ ବିକ୍ରମ ବେତାଳ କାହାଣୀ
ବାଘ ମାମୁଁ, ଜହ୍ନ ମାମୁଁ କାହାଣୀ
ଏବେ ବି ମନେ ଅଛି
ତୁମର ସବୁ କାହାଣୀର ଚରିତ୍ର ସବୁ ଜିବନ୍ତ ଥିଲେ
ଗପ ଭଳି କେବେ ଲାଗୁନଥୁଲା ମୋତେ
ତୁମଠୁଁ ହିଁ କାହାଣୀ ଶୁଣି ଶୁଣି
ବୋଧେ କାହାଣୀ ଲେଖିବାକୁ ମୋ ମନରେ
ଉତ୍କଣ୍ଠା ପିଲାବେଳରୁ ଜାଗ୍ରତ ହେଇଥିଲା
ବଡ଼ି ଭୋରରୁ ଉଠି ଚାହାପିଇ, ପିଠା ଖାଇ
କାଠ ହାଣିବାକୁ ଗଲା ଟୁଆଁ
ବାଟରେ ଭେଟିଲା ଭାଲୁପଚାରିଲା କୁଆଡ଼େ
ଟୁଆଁ କହିଲା କାଠ କାଟି ବଜାରକୁ ନେବି
ପଇସା ଆଣି କଣ କରିବୁ ପଚାରିଲା ଭାଲୁ
ଡ଼ାଲି ଚାଉଳ ପନି ପରିବା ମାଛ ଫଳ ସବୁ ଆଣିବି
ସକାଳୁ ଚାଉଳ ବାଟି ଟୁଇଁ ନାନା ରକମର ପିଠା କରିବ
ଆଉ ମଧ୍ୟାନରେ ସୁଆଦିଆ ତରକାରୀ ସଙ୍ଗେ
ଭାତ ଖାଇବୁ କହିଲା ଟୁଆଁ
ଏତେ ସବୁ ସୁଆଦିଆ ଖାଦ୍ୟ ଶୁଣି ପାଟିରୁ ଲାଲ ବହିଲା ଭାଲୁର
ପଚାରିଲା ମୋ ପାଇଁ
ଟୁଆଁ କହିଲା ତୋ ପାଇଁ ରଖିଥିବୀ ଆସେ ରାତିରେ
ମନେକରି ରଖିଥିବୁ ସବୁ
ନହେଲେ ମୁଁ ତତେ ଚିରୀଦେବି କହିଲା ଭାଲୁ
ଘରକୁ ଫେରି ଟୁଇଁକୁ କହିଲା ସବୁ ଟୁଆଁ
ପିଠା ପଣା ସବୁ ଖାଇ ସାରିଲା ପରେ ମନେ ପଡ଼ିଲା ଭାଲୁ କଥା
ଟୁଆଁ ଟୁଇଁ ଅଳ୍ପଟିକେ ବଳକା ଚାଉଳ ଚୁନାରେ
କିଛି ବାଲି ମାଟି ମିଶେଇ ବଡ଼ ପିଠା ଟିଏ କଲେ
ଅଳ୍ପ ଟିକେ ବଳକା ତରକାରି ତା ସାଥେ ରଖିଦେଲେ ବାହାରେ
ଶୂନ ଶାନ ଘୋର ଅନ୍ଧକାର ରାତିରେ ଆସିଲା ଭାଲୁ
ପିଠା ସହ ତରକାରି ଦେଖି ଖୁସି ହେଇ ଖାଇଲା
ଅନ୍ଧାର ରାତିରେ ତାକୁ କି ବାଲି ଗୋଡ଼ି ମିଶା ପିଠା ବୋଲି ଜଣାପଡ଼େ
ଜୋର କରି ଚୁବେଇଦେଲା ପରେ ଦାନ୍ତଟି ଭାଙ୍ଗିଲା
ଭାଲୁ ରାଗରେ ଟୁଆଁ ଟୁଇଁକୁ ଖୋଜି ବୁଲିଲା
ଟୁଆଁ ଟୁଇଁ ଡରରେ ଥର ହର ହେଇ ଯାଇ ମାଟୁ ଉପରେ
ବଡ ଟୋକେଇ ଭିତରେ ଲୁଚିଲେ
ଭାଲୁ ଘର ବାହାର ସବୁ ଖୋଜି ଖୋଜି ହାଲିଆ ହେଲା
ରାଗରେ କାନ୍ଥ ବାଡ ସବୁ ଆଞ୍ଚୁଡ଼ି ପକେଇଲା
ଆଉ ସକାଳ ହେବା ପୂର୍ବରୁ ଜଙ୍ଗଲକୁ ଫେରିଗଲା
ସତରେ କେତେ ମଧୁର ଥିଲା ତୁମ କାହାଣୀ ଜେଜେ
କାସ ତୁମେ ଫେରି ଆସନ୍ତ ଆରପାରିରୁ
ମୁଁ ଏବେ ଶୁଣାନ୍ତି ମୁଁ ଲେଖୁଥିବା ଗପସବୁ
ପଚାରନ୍ତି ମୋ ଗପ ତମଠୁଁ ଭଲ କି ନୁହେଁ
ଆଉ ଆମେ ଦୁହେଁ ଗପ ପ୍ରତିଯୋଗୀତା କରନ୍ତେ