ଜାତୀୟ ସଂହତି
ଜାତୀୟ ସଂହତି
1 min
11.5K
ଅଧୁନା ସମୟେ ସମସ୍ୟା ବହୁଳ
ରହେ ନାହିଁ ଜାତିଜାତି ଭିନ୍ନ
ଧନୀ କି ଗରିବ ନାରୀ କି ପୁରୁଷ
ମୁଖେ କରୋନାର ଭୟ ଚିହ୍ନ
ଶିଶୁ,ବୃଦ୍ଧବୃଦ୍ଧା ହରାଇ କ୍ଷମତା
ପ୍ରତିରୋଧକ ରୋଗଜୀବାଣୁ
ସଂକ୍ରମିତ ଶୀଘ୍ର ହୁଅନ୍ତି ଏମାନେ
ମୃତ୍ୟୁମୁଖକୁ ଟାଣେ ଭୂତାଣୁ
ସଟ୍ ଡାଉନ୍ କରି ଲକ୍ ଡାଉନ୍
ମନୁଷ୍ୟ ହୋଇଛି ଗୃହବନ୍ଦୀ
ଅନ୍ୟପ୍ରାଣୀମାନେ ନିର୍ଭୟେ ବୁଲିଲେ
ରାସ୍ତାକୁ ଆବୋରି ବସି ଛନ୍ଦି
ଦେଶୀ ବିଦେଶୀର ଫରକ ରହେନା
ସର୍ବ ଜାତି ପରସ୍ପରେ ଛନ୍ଦା
ମନୁଷ୍ୟ ମନୁଷ୍ୟ ମଧ୍ୟେ ସ୍ନେହପ୍ରୀତି
କୁକୁର ଦୁଇଟି ପ୍ରେମେ ବନ୍ଧା
