STORYMIRROR

Ajay kumar Behera

Others

3  

Ajay kumar Behera

Others

ଜାତୀୟ ବିଜ୍ଞାନ ଦିବସ

ଜାତୀୟ ବିଜ୍ଞାନ ଦିବସ

1 min
290


ହେ ବିଜ୍ଞାନ ତୁ କେଡ଼େ ମହାନ

ସବୁରି ମୁଖେ ତୋ ଜୟ ଗାନ

କି ଜଳ ଅବା ସ୍ଥଳ ସବୁଠି

ଦେଉ ତୁ ବିଜୟର ସନ୍ଧାନ।୧।


ଅନ୍ଧ ଯେ ପୁଣି ପାରଇ ଦେଖି

ଖଞ୍ଜ ତ ପାରଇ ଚାଲି ଶିଖି

ତୋ ପ୍ରଚେଷ୍ଟା ଆଗରେ କିଛି ତ

ଅବୁଝା ହୋଇ ରହିନି ବାକି।୨।


ତୋର ସେଇ କଉଶଳ ବଳେ

ଦେଖ ଦୁନିଆ ହସୁଛି ଆଜି

ଦେବ ଦୂତ ସାଜି ଆରେ ତୁହି

ରଖୁ କୋଟିଏ ଜୀବନ ବାଜି।୩।


ରୋଗୀକୁ ତୁ ଦେଇଛୁ ଜୀବନ

କରି ନାନା ଯନ୍ତ୍ର ଉଦ୍ଭାବନ

କୃଷିରେ ଆଣିଛୁ ତୁ ଉନ୍ନତି

ଜୀଇଁବାକୁ ଦେଖାଇ ସପନ।୪।


ତୋର ପରାକ୍ରମ ବଳେ ଆଜି

ଧରା ଅଛି ଯେ ହାତ ମୁଠାରେ

ଖାଇ ପିଇ ସଭିଏଁ ରହନ୍ତି

ସତେ ତ ଏଠି କେତ ଖୁସିରେ।୫।


ଯେତେ ଗୁଣଗାନ କଲେ ଆଜି

ରହିଯିବ ପୁଣି କିଛି ବାକି

ମୃତ୍ୟୁଠାରୁ ବଞ୍ଚାଇ ଦେବାରେ

ତୁହି ରହିଅଛୁ ଏକା ସାକ୍ଷୀ।୬।


ତୋର ଜ୍ଞାନ ଗାରିମା ବଳରେ

ଦେଖ ଦୁନିଆ ହସୁଛି ଆଜି

କି ଜଳ,ସ୍ଥଳ ବ୍ୟୋମ ସବୁଠି

ରହିଛୁ ତୁ ଆଶୀର୍ବାଦ ସାଜି।୭।


କରେ ତୋତେ ମୁଁ ଶତ ପ୍ରଣାମ

ସାରା ଜଗତେ ତୋର ସୁନାମ

ଦେଉଛୁ ଦେଉଥିବୁ ତୁ ଜ୍ଞାନ

ହେ ବଳିୟାନ ତୁହି ବିଜ୍ଞାନ।୮।


ଏ ଜାତୀୟ ବିଜ୍ଞାନ ଦିବସେ

ତୋ ଗୁଣଗାନ ନ କରି ଆଜି

ସତେ କି ପରି ରହିବି ମୁହିଁ

ଜୀବନ ମାନେ ତୋ ବିନା ନାହିଁ।୯।


ଆସ ଆମେ ମିଳିମିଶି ସବୁ

ଏକାଠି ହୋଇ ଶପଥ ନେବା

ବିଜ୍ଞାନର ଉନ୍ନତି ସକାଶେ

ମିଳି ମିଶିକା କାମ କରିବା।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍