ଜାଲାଆନାୱାଲାବାଗ ଶତବାର୍ଷିକୀ
ଜାଲାଆନାୱାଲାବାଗ ଶତବାର୍ଷିକୀ
ଭାରତର ସ୍ଵାଧୀନତା ସଂଗ୍ରାମରେ ସବୁଠୁ ବଡ ଘଟଣା
ବର୍ବରତାର ସବୁ ସୀମା ଟପି ଲକ୍ଷ୍ମଣ ରେଖାଟି ଟଣା ।
ଉନେଇଶ ଉନେଇଶ ଅପ୍ରେଲ ତେର ପଂଜାବ ପ୍ରଦେଶ କଥା
ଶିଖ୍ ବୀରର ବଳିଦାନ ଯହିଁ ଗାଏ ଅସରନ୍ତି ଗାଥା ।
ଅମୃତସରର ଜାଲାଆନାୱାଲାବାଗ ପଡିଆରେ ବସି
ସଭା କରୁଥିଲେ ଇଂରେଜୀ ଶାସକ ବିରୋଧୀ ପଂଜାବ ବାସୀ ।
ଜେନେରାଲ୍ ଡାୟାର୍ ହେଲା ରକ୍ତମୁଖା ଚାରିପଟ କଲା ବନ୍ଦି
ବାହାରି ଯିବାକୁ ସୁଯୋଗ ନଦେଇ କରିଲା ନୂତନ ଫନ୍ଦି ।
ଆଖିବୁଜା ଗୁଳି ଚାଳନା କରିଲେ ଫିରଂଗୀ ସେ ପଡିଆରେ
ଆବାଳବୃଦ୍ଧବନିତା ସଭିଏଁ ଏକତ୍ରିତ ଯେଉଁଠାରେ ।
ଧାଁ ଦଉଡରେ ଦଳା ଚକଟାରେ ଥୋକେ ଗଲେ ଯମପୁର
କୂଅ ଭିତରକୁ ତେଇଁଲେ ଥୋକାଏ ବିକଳ ଆକୁଳ ସ୍ୱର ।
ମା ଶବପାଖେ ଅପତ୍ୟ ବାହୁନେ ଥମିଲାନି ଗୁଳିଗୋଳା
ହଜାର ସଂଖ୍ୟାରେ ଶବ ଛାଇଗଲା ବାଳୁତ ବୃଦ୍ଧ ଅବଳା ।
ସାନ ପିଲାଟିଏ ଉଦ୍ଦାମ ସିଂ ଉଦ୍ଦାମତା ଭରା ଛାତି
ପ୍ରତିଶୋଧ ନେବ ପ୍ରତିଜ୍ଞା କରିଲା ଛାଡି ମରଣର ଭୀତି ।
ବ୍ରିଟିଶ୍ ପାର୍ଲାମେଣ୍ଟରେ ଡାୟାର୍ ସମ୍ବର୍ଦ୍ଧନା କଥା ଶୁଣି
ନବ ଉନ୍ମାଦନା ଭରି ଉଦ୍ଦାମ ପୁରା କରିବ କାହାଣୀ ।
ଗୀତା ପୁସ୍ତକେ କାଟି ଖୋପଟିଏ ରିଭଲଭର ଖଂଜିଲା
ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରି ଉପରେ ଯାଇ ବସିଲା ।
ସମ୍ବର୍ଦ୍ଧନା ବେଳ ଉଣ୍ଡି ଛିଡହେଲା ଉଦ୍ଦାମ କୋପଭରେ
ଚଳାଇଲା ଗୁଳି ଡାୟାର୍ ଛାତିକୁ ଟଳି ପଡିଲା ସେଠାରେ ।
ପାଲଟା ଗୁଳିରେ ଜୟ ଜାଲାଆନାୱାଲାବାଗ ଧ୍ୱନି ଦେଇ
ଗଗନ ପବନ ପ୍ରକମ୍ପିତ କରି ଚୀର ନିଦନିଦ୍ରା ଗଲା ଶୋଇ ।
ଉତ୍ତରାଖଣ୍ଡରେ 'ଉଦ୍ଦାମ ସିଂ ନଗର' ଜିଲ୍ଲା ନାମିତ
'ଶହୀଦ-ଇ-ଆଜମ' ମହାନ ଉପାଧି ମହାନ ଯୋଦ୍ଧା ନିମିତ୍ତ ।
ଦେଶ ପାଳେ ଜାଲାଆନାୱାଲାବାଗର ଶତବାର୍ଷିକୀ ଆଜ
ଉଦ୍ଦାମ ସିଂ ଆଦର୍ଶ ଆମର ଯୁବପିଢି ହୁଅ ସଜ ।
-ବିଶ୍ୱେଶ୍ଵର ମାଝୀ-
