ଜାଗତିକ ପ୍ରବକ୍ତା
ଜାଗତିକ ପ୍ରବକ୍ତା
ଜିହ୍ୱା ଏକ ବ୍ରହ୍ମାଣ୍ଡୀୟ ପ୍ରବକ୍ତା ଯିଏକି କରିଚାଲେ ଭବିଷ୍ୟତ
କବିତା ପଂକ୍ତି ଆମର ସୃଷ୍ଟି ଓ ବ୍ୟବହାର କରେ ଆକୁ ପ୍ରତି
ମାନବ ନିମନ୍ତେ ଏକ କଲ୍ୟାଣକାରୀ ଅସ୍ତ୍ର ସଦୃଶ କିମ୍ବା ଏକ
ପ୍ରଚଣ୍ଡ ହିଂସ୍ରାତ୍ମକ ମାରାତ୍ମକ ଖୁନୀ ବନ୍ଧୁକ ସଦୃଶ l
ଦ୍ୱିଶାଖୀ ସର୍ପିଳ ଜିହ୍ୱା ଘଟାଇ ଚାଲେ କୋଳାହଳପୂର୍ଣ୍ଣ ହୋ
ହଲ୍ଲା ଆଉ ବିଭେଦ କିନ୍ତୁ ଏକ ଦୟାର୍ଦ ଜିହ୍ୱା ସୃଷ୍ଟି କରେ
ହୃଦୟର ଉଷ୍ମକର ପ୍ରେମଶୀଳ ଦୃଷ୍ଟିକୋଣ ନିର୍ଯ୍ୟାସ l
ମାନବର ବାଣୀ ପ୍ରକୃତରେ ଗଢ଼େ ବା ଭାଙ୍ଗେ ସୁସମ୍ପର୍କର
ଖିଅ ଯାହା ପ୍ରତି ପ୍ରତ୍ୟେକ ମାନବ ଅବଶ୍ୟ ରହିବ ସତର୍କ
ଓ ଏକ ଦୁର୍ଗମ ସଂସାର ପଥର ଯାତ୍ରାର ବାଟୋଇ ପରି l
ପ୍ରତ୍ୟେକ ଵସ୍ତୁ କମ୍ପି ଉଠି କରେ କମ୍ପନର ବାୟୁ ରୋଧୀ
ନିୟମ ଓ ସୃଷ୍ଟ ଵସ୍ତୁପୁଞ୍ଜର ଅନ୍ତର ସଦା କମ୍ପିତ ହୁଏ
କାମ୍ପନିକ ତରଙ୍ଗେ l
ସତ୍ତାମୂଳକ ପ୍ରତ୍ୟେକ ଭାବନା ଆମର ଅତି ସୂକ୍ଷ୍ମ ଶୈଳୀରେ
ଓ ସହାନୁଭୂତି ଗୁଞ୍ଜନେ କରି ଚାଲେ ପରିପ୍ରକାଶ ଏକ
ଜାଗତିକ ପ୍ରେମାସ୍ପଦ ବାଣୀର l
ନୀରବତା ପୂର୍ଣ୍ଣ ସୂକ୍ଷ୍ମ କମ୍ପନ ବିଚ୍ଛୁରିତ ହୁଏ ସାରା ବିଶ୍ୱରେ
ଆଉ ଭାବ ରାଜିକୁ ତୁମର କରେ ବ୍ୟକ୍ତ ତୁମ ଜିହ୍ୱା
ନୀରବରେ କବିତାପୁଞ୍ଜ ରୂପେ ଠିକ ଏକ କେନାଯୁକ୍ତ
କଣ୍ଟା ଚାମୁଚି ପରି ଭୋଜନ ଗୃହର l
ଅନର୍ଗଳ କରିଚାଲେ ଜିହ୍ୱା ବୟାନ ଏକ ବେତାର ଯନ୍ତ୍ରସମ
ନୀରବରେ ସମସ୍ତ ଜୀବ ସତ୍ତାକୁ ବିନା ପ୍ରଚେଷ୍ଟାରେ l
ସମାନତା ସହକାରେ ସଜାଇ ଦିଏ ଜିହ୍ୱା ଭାବାବେଗକୁ
ଆମର ଶବ୍ଦର ତାରକାରେ ହୋଇପାରେ କୂଟନୀତି ଏକ
ଉତ୍ତମ ସୂତ୍ର ଏକ ମହତ୍ତର ସ୍ୱାର୍ଥ ସାଧନା ନିମିତ୍ତ କିନ୍ତୁ
କରିବାକୁ ତାକୁ ନିଷ୍ଠାପର ପରିବେଷଣ କରି ପ୍ରାଞ୍ଜଳ ରୂପେ
ବିନିଯୋଗ କରିଥାଏ ମଣିଷ ତାର ବିକାଶ ପଥରେ l
ନୀରବତା ଅଟଇ ଶ୍ରେୟସ୍କର ଅବାଞ୍ଚିତ ବାର୍ତ୍ତାଳାପ ଅପେକ୍ଷା
ଯାହା ପ୍ରସ୍ତୁତ କରେ ଏକ କାର୍ଯ୍ୟ ଖସଡ଼ା ଆମ ମାନସପଟେ
ଏକ ତାନ୍ତ୍ରିକ ଭାଷା ବୈଜ୍ଞାନିକ ଭାବେ l
ନିଶ୍ଚିତ ରୂପେ ମଣିଷ ହେବ ଅଧ୍ୟବସାୟୀ ଏବଂ ସାବଧାନ
ବାଚନିକ ଶବ୍ଦର ସୁପରିପ୍ରକାଶ ଶୈଳୀରେ
ବ୍ୟବହାର ଗତ ଶୃଙ୍ଖଳା ଠିଆ କରାଇବ ଜଣେ ମଣିଷକୁ
ସଚ୍ଚୋଟ ଆଉ ବୁଦ୍ଧିମାନ ରୂପେ ଆମ ଧରା ପୃଷ୍ଠରେ l