STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଜାଗ୍ରତ ସ୍ଵପ୍ଣ । (କାଶ୍ୟପ)।

ଜାଗ୍ରତ ସ୍ଵପ୍ଣ । (କାଶ୍ୟପ)।

1 min
13.6K


  • ଜାଗ୍ରତ ସ୍ଵପ୍ଣ । (କାଶ୍ୟପ)।

    ପ୍ରଜ୍ଞା ପରିଣତା ତୁଷାର ଧବାଳା କାବ୍ୟ ନାୟିକା ସୁପ୍ତ ନା ନିଦ୍ରିତ ନା ଜାଗ୍ରତ କହିବା ଅସମ୍ଭବ , ତାଙ୍କରି ଅବସ୍ଥା ଅତିଲୋକ ଗନ୍ଧର୍ବକାନ୍ତ ବିରହିଣୀ ସଦ୍ୟ ଶଯ୍ୟାତ୍ୟାଗୀ ଗତ ରାତ୍ରିର ସ୍ଵପ୍ଣର ରୋମାଞ୍ଚ ବୋଧେ ଭାଙ୍ଗିନି, ଶୟନରତ୍ତା ଉର୍ବଶୀ ସେ ବିଦୁଷି ମଣି ଅଳସେଇ ବୟସ କାଟିଛି ପ୍ରିୟପରଶ ବିରହେ ଗତରଜନୀ, ବିଭୋର ଆତ୍ମା ନେଇ ପୁଲକିତ ଭାରାକ୍ରାନ୍ତ ଯୌବନରାଶି ବସ୍ତ୍ରହିନା ହୋଇ ମୁକୁଳା କେଶ ନେଇ ତୃଷିତ ରକ୍ତିମ ଅଧର ଆଜି ।(୧)

    ଅଙ୍ଗଶୈଷ୍ଠବ ଦୃଶ୍ୟମାନ ସତେ ଯେମିତି କେଉଁ ଏକ ଗ୍ରୀକଶିଳ୍ପୀ ଶ୍ରେଷ୍ଟ ଶିଳ୍ପ କଳା ନୈପୁଣ୍ୟତାର ପରାକାଷ୍ଠା ନିଖୁଣ ସେ କଳା ସୌନ୍ଦର୍ଯ୍ୟ କହିବି ପାର ଅଳକନନ୍ଦା ମଦଳସାଙ୍କ ରତ୍ତିକ୍ଲାନ୍ତା ନିସ୍ତେଜ ସୁପ୍ତାବସ୍ତା କିନ୍ତୁ କବି ପ୍ରିୟହାଶିନୀ ଇନ୍ଦୁରତନା, କୁନ୍ଦବଦନା , ମନ୍ଦଗମନାଙ୍କ ସ୍ଥିତି ""ଜାଗ୍ରତ ସ୍ବପ"" ।

    ରାମ ପ୍ରସାଦ ବିଶୋଇ । ରାୟଗଡା ତା-୧୪-୦୫-୧୬ ସମୟ-ସକାଳ-୦୬-୫୧ ମିନିଟ

     
     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍