STORYMIRROR

mamatanjali Patra

Others Children

4  

mamatanjali Patra

Others Children

ଜାଗରଣ ହୋଲି

ଜାଗରଣ ହୋଲି

1 min
371


ବରଷକେ ଥରେ ଆସିଛି ହୋଲି

ହାତଧରି ରଙ୍ଗ ପସରା ନେଇ।

ସାଙ୍ଗସାଥି ଭାଇ ଭଉଣୀ ସଙ୍ଗେ

ନାଲି ନେଳି ହଳଦିଆ

ରଙ୍ଗରେ ଖେଳିବା ହୋଲି।

ଭୂଲି ଜାତି, ଧର୍ମ କରି ପଛକୁ

ଆସରେ ଖେଳିବା ରଙ୍ଗରେ ହୋଲି।

ଶତ୍ରୁ ମାନଙ୍କୁ କରି ନିଜର

ମାରିବା ତାଙ୍କ ଦେହରେ ରଙ୍ଗ।

ଭୂଲିଯିବା ସବୁ ଈର୍ଷା ଅହଂକାର

ହୋଲି ପର୍ବରେ ସଭିଏଁ ସମାନ।

ସ୍ନେହ ପଶରାର ମେଲାଣି ଦେଇ

ମିଳିମିଶି ଆସ ଖେଳିବା ହୋଲି।

ଚାରି ଆଡେ ଦିଶେ କେଡେ ସୁନ୍ଦର

ବୃକ୍ଷର ସବଜ କଅଁଳିଆ ପତର।

ଆମ୍ବ ବଉଳର ଖେଳଇ ଦୋଳି 

ରାଧାକୃଷ୍ଣ ଦେହେ ଅବୀର ବୋଳି। 

ଘରେ ଘରେ ବୁଲି ଖାଆନ୍ତି ଭୋଗ

ଦେଇଯାଇଥାନ୍ତି କେତେ ଆଶ୍ରୀବାଦ।

ବସନ୍ତ ମଳୟ ମୃଦୁ ପବନ

ଦେହରେ ଖେଳିଯାଏ କେତେ ଶିହରଣ।

ଆନନ୍ଦ ଲାଗଇ ଦେଖି ସେ ମେଳଣ

ନାଚିଉଠେ ସେହି ଗହନ ବନ।

  

  


Rate this content
Log in