STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ଜାଗର ପ୍ରଦୀପ

ଜାଗର ପ୍ରଦୀପ

1 min
163

ଆଶୁତୋଷ ତୁମେ ଅଳପେ ସନ୍ତୁଷ୍ଟ

ଘେନ ମୋର ଘୃତ ଦୀପ 

ଆଜିପରା ଦିନେ ଆଶୀର୍ବାଦ କର

ଜଳି ଯାଉ ସବୁ ପାପ ।


ସହିଥିଲ ପରା ଗରଳ ଜ୍ୱଳନ 

ସୃଷ୍ଟିର ସୁରକ୍ଷା ପାଇଁ 

ଜଗତ ଜନଙ୍କ ହିତରେ ମୋହର

ଜୀବ ଯାଉ ସତୀସାଇଁ।


ସବୁ ଶୁଭ କାର୍ଯ୍ୟେ ଶିବଙ୍କ ଆଗମେ 

କର୍ମ ହୁଏ ସୁସରଳ 

ତୁମ ପରି ଦିଅଁ ଅଛି ବା କେଉଁଠି 

ତିନି ପୂରେ ସେ ବିରଳ।


ପବିତ୍ର ଜାଗରେ ମାଗୁ ନାହିଁ କିଛି 

ଏତିକି କର ହେ ଦୟା 

ପିଣ୍ଡରେ ପ୍ରାଣଟି ଥିବା ଯାଏ ପ୍ରଭୁ 

ଦୂରେଇ ରଖିବ ମାୟା ।


ତୁମ ପୂଜା ପାଠ ଜାଣିନି ମଣିମା

ଜାଣିଛି ତୁମର ଧର୍ମ 

ଶିବ ସତ୍ୟ ଶିବ ଅଟଇ ସୁନ୍ଦର

ନିଷ୍ପାପ ସରଳ ପ୍ରେମ


ଏ ମର ସଂସାରେ ମଣିଷ ମନରେ 

ଘୋଟିଛି ପାପ ବିଚାର

ଜାଗର ପ୍ରଦୀପ ଆଲୋକେ ତୁଟୁ ହେ 

ଅଜ୍ଞାନର ଅନ୍ଧକାର



Rate this content
Log in