STORYMIRROR

Papu parida

Children Stories Inspirational Others

3  

Papu parida

Children Stories Inspirational Others

ଜାଗ ଜାଗରେ ତରୁଣ ଜାଗ

ଜାଗ ଜାଗରେ ତରୁଣ ଜାଗ

1 min
276


ଜୀର୍ଣ୍ଣ ଅତୀତର 

ଛିନ୍ନ ଗୌରବକୁ

ଆଣିବା ଫେରେଇ ଆମେ ଆଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ତନ୍ଦ୍ରା ପରଶର

ବଳୟକୁ ଛାଡି

ପୋଛ କାପୁରୁଷ ଭୀରୁତାର ଦାଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ଶୋଷଣର ଗିରି

ଚୂର୍ଣ୍ଣ ଚୂର୍ଣ୍ଣ କରି

ନିଜ ଅଧିକାର ମୁହଁ ଖୋଲି ତୁମେ ମାଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ମିଥ୍ୟା ଭିନ୍ନତାର

ଭେଦଭାବ ଛାଡି

ଗାଅ ସର୍ବେ ଦେଶଭକ୍ତି ପ୍ରେମ ରାଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ବିଭିନ୍ନ ଧର୍ମର

କଳୁଷିତ ମାନ୍ୟତାରେ

ହେବା ନାହିଁ ଭାଗ ଭାଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ପୀଡନର ନଈ

ପାରି ହୋଇଯାଇ

ତାହାରି ସେବାରେ ଲାଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ମାନବ ସେବାର

ଛୋଟିଆ ସଂକଳ୍ପ

ବଢ଼େଇବା ଉନ୍ନତିର ବେଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।


ସନ୍ଧାନ ରାସ୍ତାରେ

ହୁଅରେ ପଥିକ

ସ୍ଥିର କରି ଲକ୍ଷର ଦିଗ

ଜାଗ ଜାଗରେ ତରୁଣ ତୁମେ ଜାଗ।

ଜାଗ ଜାଗରେ ତରୁଣ ତୁମେ ଜାଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍