STORYMIRROR

Santosh Pattnayak

Others

3  

Santosh Pattnayak

Others

ଜାଗ ଭାତୃଗଣ .....

ଜାଗ ଭାତୃଗଣ .....

1 min
21

ଚକ୍ଷୁରୁ କଟୁନି କ୍ଳାନ୍ତିର ଧୂଆଁ

ଛାତିରୁ ସ୍ପନ୍ଦନ ବ୍ୟଗ୍ର

ଶତ୍ରୁ ସାଉଣ୍ଟୁଛି ସୀମାର ସେପାରେ

ନିଇତି ସୈନିକ ଛିଦ୍ର

ଚଲାବାଟୁ କେବେ ହଟିନୁ ତ' କଣ୍ଟା

ପାଉନି ନାରୀ ତା' ନ୍ୟାଯ୍ୟ !

କୃଷକର ପ୍ରାଣ ନିସ୍ତାର ହେଉନି

ପାଉନି ଶ୍ରମିକ ଧାର୍ଯ୍ୟ ?

ପୂରୁବ ଗୌରବ ପୂରୁବ ସାହାସ

ଫେରି ପାଉନି ଉତ୍କଳୀ

ଜୀବନ ସରସ ହେଉନି ହରଷ

ମିଳୁନି ପିୟୁଷ ଥାଳି !?

ସଂସ୍କାରୀ ହେଉନି ସମାଜ ଆମରି

ଗୀତା ଭାଗବତ ମାନି

ଜାତୀୟତାବାଦ ଜାଗି ଉଠୁନି ତ'

ଜନନୀ ସ୍ଵାର୍ଥକୁ ଘେନି !?

ଗଜପତି ଆଉ ଚକରା ବିଷୋଇ

ପାଇଲେନି ଜାତୀୟତା !

ଅବହେଳିତ ଏ ଓଡିଆ ସମାଜୁ

ହଟୁନି ଏ' କ୍ରୁରତା ?

ବୁଝି-ସୁଝି ସର୍ବେ ବିବଶ କିମ୍ପାଇଁ

ସଂସ୍କାର ସଂସ୍କୃତି ଜାଳି !

କି'କାରଣେ ଅବା ଉତ୍କଳ ଜନନୀ

ବାହୁନୁଛି ଲହୁ ଢ଼ାଳି

ଜାଗ ଭାତୃଗଣ ଜାଗି ଉଠ ଏବେ

ତେଜି ଆଳସ୍ୟ ପଣ

ସଂସ୍କୃତି ସଂସ୍କାର ବେଳହୁଁ ଉଦ୍ଧାର

ମାଆର ରହିବ ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍