STORYMIRROR

Dr. Rajib Lochan Panigrahy

Others

3  

Dr. Rajib Lochan Panigrahy

Others

ଜୱାଦ

ଜୱାଦ

1 min
132

ଜୱାଦ ଯାଇଛି ଚାଲି 

ଆସୁଥିଲା ଭାବୁଥିଲା

ବାତ୍ୟାର ରୂପ ନେବି,

ଭାଙ୍ଗିବାକୁ ମେରୁହାଡ

ଅମଳର ବେଳଦେଖି,

ମା ଲଷ୍ମୀ ସାହା ଏଠି

ମାର୍ଗଶୀର ମାସ ଏହି,

ଅମଳ ହୋଇଲେ ଧାନ

ଭର୍ତ୍ତି ହେବ ମାଣ ଏଠି

ସବୁ ଗୁରୁବାରେ ଏଠି 

ହୁଏ ମାଣବସା ପୂଜା

ମା ଲଷ୍ମୀ ବିଜେ ହୋଇ

ଘରେ ଘରେ ପୂଜା ପାଇ,

ସଫା ଆକାଶ ରେ

ଭସା ବାଦଲ ଖେଳ,

ସଫା ସୁତରା ଘର ଦ୍ୱାର

ବାତ୍ୟା ଆସି କରିବ

ପାଣି କାଦୁଅ ବୋଲି,

ଜୱାଦ ଆସିଥିଲା ଧାଇଁ

ବୁଡ଼େଇବ ସବୁ ଏଠି,

ବସିଛନ୍ତି ଜଗତ ସାଇଁ 

ଜଗିଦେଲେ ଆଡକରି,

ପାରିଲାଣି କିଛି କରି

ଚାଲିଗଲା କାନ୍ଦି କାନ୍ଦି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍