STORYMIRROR

Chinmayee Kanta

Others

3  

Chinmayee Kanta

Others

ଇୟେ କି ଜୀବନ

ଇୟେ କି ଜୀବନ

1 min
215

ଇୟେ କି ଜୀବନ

ଯେଉଁ ଜୀବନରେ ଦୁଃଖ ସାଥେ ସୁଖ

ସୁଖ ସାଥେ ଦୁଃଖର ଭାବ ପ୍ରେମ ଦିଶୁନାହିଁ,

ଦୁଃଖ ର ଆବିର୍ଭାବେ ଯେ ସୁଖ ର ଢାଙ୍କୁଣୀ

ସମୟେ ଦେଇପାରୁ ନାହିଁ l


ଇୟେ କି ଜୀବନ

ହସ ପରେ କାନ୍ଦ, କାନ୍ଦ ପଛେ ଲୁହର

ଭାବ ପ୍ରେମ ଜଣା ନାହିଁ,

ଓଠରୁ ପ୍ରସ୍ଫୁଟିତ ହସର ଲହରୀ

ନୟନେ କଣ ତା ପରିଚୟ ନାହିଁ!

ନୟାନରୁ ଝରା ଲୁହ ବିନ୍ଦୁ ଟିଏ

କୁଆଡେ ବା ଯିବ ବହି..?

ବାନ୍ଧବୀ ସାଜେ ସେ ଓଠ ଟିକକକୁ

ଗୁହାରି କରେ ସେ ପାଖକୁ ଯାଇ l


 ଇୟେ କି ଜୀବନ

 ଜା ଜୀବନେ ଖାଲି ଭଲ ଗୁଣ ଅଛି

 ମନ୍ଦ ବୋଲି କିଛି ନାହିଁ,

 ଇୟେ କି ମଣିଷ ବଞ୍ଚିବାର ମଜ଼ା

 ପାଇଛି କେବେ ସେ ରହି l


 ଗୋଲାପ ଫୁଲ ବି ସୌନ୍ଦର୍ଯ୍ୟରେ ଭରା

 ବାସ ପ୍ରିୟ ସଭିଙ୍କର,

 ତା ମଧ୍ୟେ ବି କଣ୍ଟାର ବିଛଣା ତଥାପି

 କରନ୍ତି ତାକୁ ସଭିଏଁ ଆପଣାର l


 କଣ୍ଟା ପରି କିଛି ଜୀବନରେ ଲୋଡ଼ା

 ବଞ୍ଚି ରହିବାକୁ ଏ ସମାଜରେ,

 ସ୍ୱାର୍ଥପରେ ଭରା ଦୁନିଆରେ ଆମ 

 ସବୁ ଶିଖିଥିବା ଏଇ ଜୀବନରେ l

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍