STORYMIRROR

Sanjya Tripathy

Others

2  

Sanjya Tripathy

Others

ଇତିଗଲା ପାଣି

ଇତିଗଲା ପାଣି

1 min
130


ବେସମୟରେ

ବଡ ବେପରବାୟ ଇଂଗୀରେ

ଲୋକଟି କହୁଛି,

ଭଗବାନ ! ମୁଁ ତୁମକୁ ଠିଆ ଫାଡି ଦେବି ।

ନିଶ୍ଚିତ ରୂପେ ,

ସେ ସହିଛି ବିଦୀର୍ଣ୍ଣ ପୃଥ୍ବୀର ବ୍ୟଥା

ବିବର୍ଣ୍ଣ ବସନ୍ତର ଗାଥା

କ୍ୟୁତ ଗୋଧୂଳଳି ଓ ପ୍ଲାନ ଅପରାହ୍ନର ଇତିକଥା

ଏବେ ତା ପାଇଁ , ଅତୀତ ଅଧ୍ୟାୟ

ବର୍ତ୍ତମାନ ବିମର୍ଷ ଓ ଭବିଷ୍ୟତ ସଂଦିଗଧ

ଲୋକଟି ଆଶାଭରସା ହରା ଏକ ମରୁଭୂମିର ବେଦୁଇନ୍

ଅଥବା ବେଲେହେରୁ ଭାସି ଆସୁଥିବା ସଂତ୍ରଣାର

ଜାତକ

କିମ୍ବା ଆନନ୍ଦ ବଜାରର ପ୍ରସାଦ ପାଇ ପରୁ ନଥିବା

ଯାଚକ

ଏବେ ଆସ, ତାକୁ ରଙ୍ଗି ଦେବା ଆସ୍ମର ରଂଗରେ

ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟର ମହକରେ

ଭଗବତ୍ ବିଶ୍ବାସର ପରିପୂର୍ଣ୍ଣ ଓ ଚେତନାରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍