STORYMIRROR

Abhisek Mohapatra

Others

3  

Abhisek Mohapatra

Others

ଇତିବୃତ୍ତ

ଇତିବୃତ୍ତ

1 min
110


ଫି ଦିନ ସେଇ ଗୋଲକ ଧନ୍ଦାରେ ମାତିଲା ବେଳେ ,

ମୁଁ ମୋ ଇତିବୃତ୍ତକୁ ପଚାରେ -

ଏ ଅନ୍ଧଗଳି ନାଟକର ଅଭିନେତା ଥିଲା କିଏ ?

ମୁଁ ନା ଚିରାଚରିତ ବୋଲାଉଥିବା ଈଶ୍ଵର ?


ନା ଯିଏ ହାତ ଧରି ଶିଖାଇଲା ପ୍ରେମ କରିବାର କୌଶଳ ?

ଜୀବନକୁ ଚିର ଫଗୁଣ ଆଣି ପୁଣି ଉଜୁଡଣ କ୍ଷେତ କରି ଚାଲିଗଲା !

ନା ଯିଏ ମୋ ଅତୀତ ଭବିଷ୍ୟତ ସବୁ ଜାଣେ ?

କାହାକୁ ଜଣା ଏଇ ଉତ୍ତର ?


ଇତିବୃତ୍ତର ଲକ୍ଷ୍ୟ ନୁହେଁ ଭୟ କରିବା ,

ତାକୁ ତ ଜଣା ଅତୀତରୁ ଶିକ୍ଷା ଲାଭ କରି ଜୀବନ ଜିଇବା !


କାହା ପ୍ରଲୋଭନର ଶିକାର ସେ ନୁହେଁ !


ଦିନେ ତାକୁ ମାଗିଥିଲି "ଫେରାଇ ଦିଅ ଚୋରା ଫଗୁଣର ଚିଠି "।

ଚାହିଁବାରେ ଅନ୍ଧତ୍ବ ଥିଲା ବୋଧେ !

ମୋତେ ପ୍ରଶ୍ନ କଲା ସେ -

" ଇତିବୃତ୍ତ କ'ଣ ଫେରାଇପାରେ ପ୍ରେମ ନା ଚିଠି !"


ତାକୁ ତ ଜଣା ସାରା ଜୀବନ କାନ୍ଧରେ ବୋହି ଚାଲିବା ,

କିଛି ଅଭୁଲା ଦୀପ୍ତିମୟ ସ୍ମୃତି ।


           ୦-୦-୦



Rate this content
Log in