STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଇତି

ଇତି

1 min
326


କର୍ମ ପଛେ ପଛେ ଜୀବନ ଚଞ୍ଚଳ,

କର୍ମ ନ ଥିଲେସେ ପଶୁରେ ଗଣା,

କର୍ମ ଏକା ଏକ ଜୀବନ ବାହକ,

କର୍ମ ନ ଥିଲେ କି ମଣିଷେ ଭଣା ll


ଜୀବନ ଏମିତି ବିଶାଳ ଶାଗର,

ଜୀବନକୁ ଯିଏ ଜାଣେ ସେ ନର,

ଜୀବନ ଭିତରେ କୃତି କର୍ମ କଲେ,

ଜୀଵ ଗଲା ପରେ, ସ୍ମୃତି ଅପାର ll


ଆବାଳ, ବୃଦ୍ଧ ର ଚରିତ୍ର ଘାଣ୍ଟିଲେ,

ଆବାହନ ହୁଏ ଚରିତ୍ର ଗାଥା,

ଆକଳନ କରି ଭବନା କରିଲେ,

ଆଶ୍ବସ୍ଥି ମିଳେ ତା ସ୍ମୃତିର କଥା,ll


ବିଚାର ଯୋଗ୍ୟ ଯେ ଇତିହାସ ପାଇଁ,

ବିଭିନ୍ନ ପ୍ରକାର ଯୋଗ୍ୟ ବିଚାର,

ବିଭାଜନ କରି କର୍ମ ଅକର୍ମକୁ,

ବିତାଦିନ କର୍ମେ କି ଭଳି ନର ll


ଇତିହାସ କହେ ମଣିଷ ପଣିଆ,

ଇମିତିରେ ଖାଲି ହୁଏନି ଯଶ,

ଈଶ୍ୱର ଗଢ଼ିଛି କର୍ମ ମୟ ପୃଥୀ,

ଇହଲୀଳା ମଧ୍ୟେ କର୍ମ ବିଶ୍ୱାସll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍