STORYMIRROR

Jeenashree Routray

Others

2  

Jeenashree Routray

Others

ଇଶ୍ଵର

ଇଶ୍ଵର

1 min
113

ଟାଙ୍ଗରା ଭୂଇଁରେ କଅଁଳ ଦୂବରେ

ଧରା ହୁଏ ଆଚ୍ଛାଦନ,

ଶୁଖିଲା ବୀଜରେ ତୁମରି ଯାଦୁରେ

ଭ୍ରୁଣ କରେ ଅବସ୍ଥାନ,

ଗିରି ଶିରେ ନିର୍ଝରଣ,

ମରୁରେ ମେରୁରେ ଜୀବନ ସଞ୍ଚରେ

ଅବିଶ୍ୱାସ  ଅକାରଣ।


ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ

ସର୍ବଜାଣ ଅନ୍ତର୍ଯ୍ୟାମୀ,

ଅହଙ୍କାର ମୋର ହେଉ ପ୍ରଭୁ ଦୂର

ନ ହେବି ମୁଁ ଅଭିମାନି,

ସବୁ ଜାଣି ସବୁ ଶୁଣି

ନ କରିବି ଭ୍ରମ କରି ଯିବି କର୍ମ

ଭଜି ନିତ୍ୟ ତୁମ ବାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍