STORYMIRROR

Pratima Das

Others

2  

Pratima Das

Others

ଇଶ୍ବର

ଇଶ୍ବର

1 min
676


ମୋ ଚପଳତା ପାଇଁ ମୁଁ ହସୁଥାଏ ନିଜେ,

ମୋ ଚାରିପଟର କଟାକ୍ଷ ନିନ୍ଦୁଥାଏ ମୋତେ,

ମୁଁ କିନ୍ତୁ ନିର୍ବିକାର ଚିତ୍ତେ ଗପୁଥାଏ ମୋ ଇଶ୍ଵର ସାଥେ।।

ତୁମେ ପିତାମାତା ମୁଁ ସନ୍ତାନ ଯୁଗେ ଯୁଗେ,

ତୁମେ ଯଦି ନୁହଁ ବୃଦ୍ଧ ବୃଦ୍ଧା କେବେ,

ସଦାସର୍ବଦା ଯୁବାବସ୍ଥା ,ଚିର ଯୌବନ ଭରି ରହିଛି ତୁମ ଅଂଗେ ଅଂଗେ।।

ମନ ତୁମର ଶିଶୁ ପରି, ଠାଣି ତୁମର

ସୁକୁମାରୀ ଲଳନା ପରି ବୋଧେ,

ମୁଁ କିପରି ବୃଦ୍ଧା ହୋଇଯିବି ତୁମଠୁ ଆଗେ??

ମୁଁ ତୁମ ପରି ଶିଶୁ ହୋଇ ଜୀଇଁବି

ଜୀବଥିବା ଯାଏଁ ଭବେ।।

ମୁଁ ତ ନୁହେଁ ,ମୁଁ ବି ଚାହେଁ ନା ଇନ୍ଦ୍ରପ୍ରସ୍ଥର ରାଣୀ ବା ରାଣୀ ଭିକ୍ଟୋରିଆ ପରି

ମାନ ,ସମ୍ମାନ ,ଆଭିଜାତ୍ୟ ଆଉ ଅପ୍ରାକୃତିକ ଆଚରଣ ଦେଖାଇ

ନିଜ ବଳି ଚଢାଇ,

ଖୋଲା ହସ ହସି ପାରୁନଥିବା ଭାରାକ୍ରାନ୍ତା ନାରୀଟିଏ ହୋଇ

ବଂଚିବାକୁ ଏଇ ଲଭେ।।

ମୁଁ କିନ୍ତୁ ନିର୍ବିକାର ଚିତ୍ତେ ଗପୁଥାଏ ମୋ ଇଶ୍ଵର ସାଥେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍