STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ଇଶ୍ୱର

ଇଶ୍ୱର

1 min
253


ଯଦିଓ ଦେଖି ନାହିଁ କେବେ ସଶରୀରେ

ଭେଟି ନାହିଁ କେବେ

କାରଣ ସମ୍ନାସାମ୍ନି ହେବାର ସାମାନ୍ୟତମ ସୂଚନା ତ

ନଥିଲା କେବେ ==

ତଥାପି କାହିଁକି କେଜାଣି ସବୁ ବିଶ୍ୱାସ ଠୁଳ ହୁଏ

ଅବିଶ୍ୱାସ ତ ନିମ୍ନତମ ସୋପାନ ବି ମୁହଁ କାଢ଼େ

ନର୍ଦ୍ଧିଷ୍ଟ ଏକ ସ୍ଥାନ ରେ

ମନ୍ଦିର ର ଧୂପ ଦୀପ

ଗୀର୍ଜା ଘରେ ଜଳୁଥିବା କ୍ୟାଣ୍ଡେଲ

ମସଜିଦ ର ଚାଦର

ଆବୋରି ନିଏ ଅସ୍ତବ୍ୟସ୍ତ ବିଛାଡ଼ି ପଡିଥିବା ଜୀବନ

ଅକୁହା କଥା

ଅଦେଖା ବେଦନା

ଗଣ୍ଠି ପଡ଼ିଯାଇଥିବା ଅବଶୋଷ ର ଶିକୁଳି ସବୁ

ଫିଟି ଯାଏ ଅଚାନକ

ଭାରୀ ଭାରୀ ଲାଗୁଥିବା ନିଃଶ୍ୱାସରେ

ଭରିଯାଏ ବିଶ୍ୱାସ ର ଅଦ୍ୟମ ଦୃଢ଼ତା ====


ଇଶ୍ୱର ====

ମୋ ଭରଷା ର ଗଣ୍ଠିଲି

ନିଗିଡି ପଡୁଥିବା ତତଲା ଲୁହକୁ

ସମବେଦନା ର ଉଷ୍ମତା ଦେଉଥିବା ପାପୁଲିଟିଏ

ସବୁ ସାହାରା ମୁହଁ ଫେରେଇ ନେଲା ପରେ

ଅଚଳ ମେରୁ ହେଇ ଠିଆ ହେଇଥିବା

ବିଶ୍ୱାସର ଦମ୍ଭିଲା ଛାତଟିଏ

ମାଗିବାର ଭାବିବାର ବହୁ ପୂର୍ବରୁ

ଯାଚି ହେଉଥିବା ଅଦେଖା ବାପାଟିଏ

ସେ ଇଶ୍ୱର

ଚିର ଉନ୍ନତ

ଅଥଚ ସାଦା ଅବ୍ୟକ୍ତ =====



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍