ଇର୍ଷାରେ ଜଳିଲି
ଇର୍ଷାରେ ଜଳିଲି
ତୁମକୁ ଦେଖି ମୁଁ ଅନେକ ଭାବିଲି
ତୁମେ ଏତେ ବିପରୀତ କିପରି ?
ତୁମ ବେଶଭୂଷା କି ତୁମ ରୋଜଗାର
ମୋତେ କେବେ ଫରକ ପଡିନି
ତୁମ କଥାବାର୍ତ୍ତା,ସହିଷ୍ଣୁତା ,ଗୁମସୁମ
ମୋତେ ଇର୍ଷାରେ ଜାଳିଦେଲାଣି ।
ତୁମେ ଏତେ ଅପମାନ ଅପବାଦ
ମୁଣ୍ଡପାତି ସହିଯାଅ କିପରି କେଜାଣି?
ତୁମେ ତୁମ ଶତୃ ସହ ମିତ୍ର ଭଳି
ବିଷ ପିଇ ଅମୃତ ପାନ କଲାଭଳି
ରାତିକୁ ଦିନଭଳି ଅନୂଭବ କରି
କେମିତି ରହିପାରୁଛ କେଜାଣି ?
ପିଲାଙ୍କ ଅଳିଅଝଟକୁ ଚୁଟକିରେ ଭୂଲାଇ
ନିଆଁ କୂ ପାଣିସହ ସମତୁଲ କରି
ଦୁର୍ଭାଗ୍ୟକୁ ଭାଗ୍ୟ କହି ଚାଲିବା ଗୁଣ
ମୋତେ ଭାରୀ ଇର୍ଷା ଲାଗେ ସତରେ ॥
ତୁମେ ସବୁ ଦୁଃଖକୁ ଫୁଲ ଭଳି ଭାବ
ଝଗଡା ତ ଦୂରେ ଥାଉ କଥା ନ ହୋଈ
ଦାମୀ ଜିନିଷକୁ ଆଖି ନ ବୁଲାଇ
କେମିତି ରହୁଛ ସତରେ କେଜାଣି ??
ଭାରୀ ଇର୍ଷା ଲାଗିଲାଣି ଆଜି ମୋତେ
ନା ସହିପାରୁଛି ନା କହିପାରୁଛି ।
