STORYMIRROR

Paramita Sarangi

Others

4.5  

Paramita Sarangi

Others

"ଇପ୍ସିତ"

"ଇପ୍ସିତ"

1 min
13.7K


ସୁଯୋଗଟି ଯଦି ରାସ୍ତା ନ‌ ଦିଏ

ପେଲି ଦେଇ ମୋତେ

ଆଗକୁ ଚାଲିଯାଅ ତ


କିସ୍ତିରେ ଅଙ୍କୁରିତ ମୁଁ

କିଛି ସ୍ବପ୍ନ

କିଛି ଆଶା

ଏଇ ଖେଳନାରେ

ଖେଳି ଚାଲିଛି


ସବୁ ଯାତ୍ରାକୁ ଗୋଟେ

ନିରାପଦ ରାସ୍ତାର ତଲାସ

ସୁରକ୍ଷିତ ରିହାତିକୁ

ବଦଳାଇ ପାରିବା

ହେଲେ

ଅସମ୍ଭବର ପାଲାଟି ଯେ ଭାରି


କିରଣର‌ ଅଭାବରେ

ଧୂଆଁ ଧୂଆଁ ପୁଷର ସକାଳ

ବିଚରା ମୃଗ ଶାବକଟି

ଆଜି ବି ଧାଇଁ ଆସୁଛି

ବାଦକର ସେ ମୃଦଙ୍ଗ ଶବ୍ଦରେ


ମୋ ଭିତରର ପୋଲା ଅଂଶଟି

ଆର୍ତ୍ତ ଚିତ୍କାର କରି ଚାଲିଛି

ଟିକକ ମୁକ୍ତି ପାଇଁ

ସେ ଯାତ୍ରାରୁ

ସେ ସ୍ବପ୍ନରୁ

ହେଲେ ବଧିର‌ ସେ ସମୟ


ହେ, ମୋର ଇପ୍ସିତ

ବାହାରି ଆ‌ସ ମୋ ଭିତରୁ

ଅନ୍ୟମନସ୍କତାର‌ ମୁହୂର୍ତ୍ତ ଭିତରେ

ଆଜି ବି ସେ ବଟ ବୃକ୍ଷ

ଅପେକ୍ଷା କରିଛି

ତା ବୁଦ୍ଧ ଙ୍କ‌ ପାଇଁ।


ପାରମିତା ଷଡ଼ଙ୍ଗୀ


Rate this content
Log in