STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଇନ୍ଦ୍ରିୟର ତୃଷ୍ଣା

ଇନ୍ଦ୍ରିୟର ତୃଷ୍ଣା

1 min
13.6K


ଇନ୍ଦ୍ରିୟର ତୃଷ୍ଣା ରୂପ କାନ୍ତି ଠାରେ

ଧନମାନ କରେ ତୁଚ୍ଛ

ଯଶ ଖ୍ୟାତି ଯେତେ ପଦ ପଦବୀରେ

କେହି ନଦିଶନ୍ତି ଉଚ୍ଚ

ବସନ୍ତରେ ବଂଶ ବନ ହେଲେ କୃଶ

ନୁହେଁ ସେ ବସନ୍ତ ଦୋଷ

ଶ୍ରାବଣେ ଯେମନ୍ତ ଶୋଷେ କିଏ ମଲେ

ଘନ ନିନ୍ଦା ବକଵାସ

ପ୍ରକୃତିରେ ବଶ ସଂସାର ସକଳ

ପ୍ରକୃତି ନୁହେଁ ଆୟତ୍ତ

ପ୍ରକୃତିରେ ଧରା ହେଉଥାଏ ଭରା

ପ୍ରକୃତି ପ୍ରକୃତ ସତ୍ୟ

ପତ୍ନୀ ପରଶରେ ପ୍ରଣୟ ଯେମନ୍ତ

ପ୍ରଣୟକୁ କରେ ଶକ୍ତ

ସେ ପରଶ ଯଦି ପ୍ରେତ ପୈଶାଚିକ

ଦାମ୍ପତ୍ୟ ଦାରୁଣ ଦୁଃଖ

ବାଚିକ ସ୍ଵରରେ ମିଠାସ ଯେପରି

ପତ୍ନୀକୁ କରାଏ ପ୍ରିୟା

ପାଣି ଗ୍ରହଣତ ବିଧି ବୈଧାନିକ

ଅନ୍ତରର ନୁହେଁ ହିଆ

ଶଯ୍ୟା ସଙ୍ଗ ହୋଇ ଶୃଙ୍ଗାର ରଚିଲେ

ଦାମ୍ପତ୍ୟରେ ସିନା ଆଳ

କର୍ତ୍ତବ୍ୟ କଶାରେ ଆନନ୍ଦ ନଥିଲେ

ଦାମ୍ପତ୍ୟରେ ଦାବାନଳ

ଇନ୍ଦ୍ରିୟ ସଂଯମୀ ଇନ୍ଦ୍ରିୟ ଚିନ୍ତିଲେ

ଇନ୍ଦ୍ରିୟ କି ହୁଏ ବଶ

ଇନ୍ଦ୍ରିୟର କୃତ ପ୍ରକୃତି ପ୍ରସ୍ତୁତ

ସଂସ୍କାରରେ ହୁଏ ବଶ

ପତ୍ନୀ ସମ ହୋଇ ପ୍ରେମିକା ବିରହୀ

ପ୍ରେମ ସିନା ଦିଏ ବାହି

ନପାଇଲେ ସ୍ନେହ ଆଦର ସମ୍ମାନ

ପ୍ରକୃତି ବିବଶ ହୋଇ....

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍