Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshya Panda

Others

3  

Akankshya Panda

Others

ଇନ୍ଦ୍ରଧନୁକୁ ଚିଠିଟିଏ

ଇନ୍ଦ୍ରଧନୁକୁ ଚିଠିଟିଏ

1 min
377


ହେ ଇନ୍ଦ୍ରଧନୁ ସ୍ୱୀକାର କର ମୋ ନିମନ୍ତ୍ରଣ କୁ

ଥରେ ଅବତରି ଆସ ଏ ଧରାପୃଷ୍ଠ କୁ ..

ପ୍ରତି ମୁହୂର୍ତ୍ତରେ ଏଠି ଅବସାଦ ର ବହ୍ନି ଜଳୁଛି

କ୍ରୋଧ ..ପ୍ରତିଶୋଧ ମାନବ ସମାଜ ର ଗହଣା

ସାଜିସାରିଛି ..

ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଯେମିତି

ହିଂସା ଓ ପ୍ରତାରଣା ର କଫିନ ଭିତରେ ପୋତିହେଇଯାଇଛି ...


ଏଥର ହୋଲିରେ ମିଲେଇ ଯାଉ ସବୁ ମାନ ଅଭିମାନ

ତୁମ ସାତରଙ୍ଗରେ ରଙ୍ଗାୟିତ ହୋଇ

ଅୟମାରମ୍ଭ ହଉ ଏକ ନୂଆ ଦୁନିଆର ..


ନାଲୀରଙ୍ଗ ଢାଳି ଛଳନା ର ମରୁଭୂମି ରେ

ବୋଇ ଯାଅ ପ୍ରେମ ର ସଞ୍ଜିବନୀ ଟିଏ

ଧଳାରଙ୍ଗରେ ..ଏ ବିଶୃଙ୍ଖଳ ଜନମାନସ ରେ

ସୃଷ୍ଟି କର ଶାନ୍ତି ର ସ୍ରୋତ ଟିଏ ..

ପୁଣି ହଳଦିଆ ରଙ୍ଗ ଢାଳି ଉନ୍ମୋଚନ କର

ବନ୍ଧୁତ୍ୱ ର ନୂତନ ପୃଷ୍ଠା ଟିଏ ..

ସବୁଜ ରଙ୍ଗ ବୋଳି ସଭିଙ୍କ ମନ ଉଦ୍ୟାନରେ

ଫୁଟାଇ ଦିଅ ସକାରତ୍ମକ ଭାବନାର ସୁମନ ଟିଏ


Rate this content
Log in