STORYMIRROR

Bunee Tripathy

Others

3  

Bunee Tripathy

Others

ଇନ୍ଦ୍ରଧନୁ ମଧ୍ଯେ

ଇନ୍ଦ୍ରଧନୁ ମଧ୍ଯେ

1 min
176

ଇନ୍ଦ୍ରଧନୁ ମଧ୍ଯେ ସପ୍ତରଙ୍ଗ ସୃଷ୍ଟି

  ବାଇଗଣୀ ଅନ୍ଯତମ

ଶରୀର ମଧ୍ଯରେ ଗୁଢ଼ ରହସ୍ୟ ତ

   ଜୀବନ ଅକ୍ଷର ଧାମ।


ରକ୍ଷକ ଯେବେ ତ ଭକ୍ଷକ ଅଟଇ

   ମନେ ଘେରେ ବୁଢିଆଣୀ

ରହସ୍ଯ ଘେରରେ ଛନ୍ଦି ହୋଇ ଯେବେ

   ଖୋଜିବସେ ବାଇଗଣୀ।


ସୂରୁଜ ଅଟଇ ସକଳ ଶକ୍ତିର

  ଆଧାରରେ ପରିପୂର୍ଣ୍ଣ

ରଶ୍ମି ରେ ତାହାର ଭରିଅଛ ତୁମେ

   ଅନଳଠୁ ପରା ତିକ୍ଷ୍ନ।


ଲୁଚି ରହିଅଛି ତୁମଠାରେ ପରା

  ଭଗବତ ପ୍ରେମ ପରା

ଦିବ୍ୟ ଦରଶନ ତୁମଠୁ ଆରମ୍ଭ

   ଦେଖଇ ଜଗତ ସାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍